Tuesday, September 29, 2026
23.2 C
Odisha

    ଅନ୍ୟ ହିରୋଙ୍କ ସହ ରୋମାନ୍ସକୁ ନେଇ ରଣବୀରଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ରଣବୀର କପୁର ତାଙ୍କ ପୋଡକାଷ୍ଟ ପାଇଁ ଚର୍ଚ୍ଚାରେ  ଅଛନ୍ତି। ରଣବୀର ତାଙ୍କ ପ୍ରେମିକା ଆଲିଆ ଭଟ୍ଟଙ୍କୁ ୨୦୨୨ ଏପ୍ରିଲ ୧୪ତାରିଖରେ ବିବାହ କରିଥିଲେ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଆଲିଆଙ୍କ ଅନ୍ୟ ଅଭିନେତାଙ୍କ ସହ ରୋମାନ୍ସକୁ ନେଇ ରଣବୀରଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ରଣବୀର ହସିହସି ଦେଇଥିଲେ। ରଣବୀର ପରଦାରେ ଅନ୍ୟ ଅଭିନେତାଙ୍କ ସହିତ ଆଲିଆଙ୍କ ରୋମାନ୍ସକୁ ନେଇ କହିଥିଲେ, ‘ମୁଁ ଅନେକ ବର୍ଷ ହେବ ନିଜକୁ ଆଲିଆଙ୍କ ପାଇଁ ସ୍ଥାୟୀ ବୋଲି ଜାଣି ସାରିଛି। ତେଣୁ ଆଲିଆ ପରଦାରେ ଅନ୍ୟ ଅଭିନେତାଙ୍କ ସହ ରୋମାନ୍ସ କରିବା ସମୟରେ ମୋତେ କୌଣସି ପ୍ରକାର  ଅସ୍ବାଭାବିକ ଅନୁଭବ ହୁଏ ନାହିଁ। କାରଣ ଆଲିଆ କେଉଁଭଳି ସ୍ଭଭାବର ଝିଅ ମୁଁ ଜାଣି ସାରିଛି। ହଁ କେ‌ତେବେଳେ ଖରାପ ଲାଗିଥାଆନ୍ତା ଯଦି ଆପଣ ୧୦ବର୍ଷ ପୂର୍ବକୁ ଫେରିଯିବେ।  ହୋଇପାରେ ୧୦ବର୍ଷ ପୂର୍ବେ ମୋ‌ତେ ଯଦି  ଏପ୍ରଶ୍ନ ପଚାରିଥାଆନ୍ତେ ମୁଁ କହିଥାଆନ୍ତି ହଁ ଆଲିଆ ଅନ୍ୟ ଅଭିନେତାଙ୍କ ସହ ରୋମାନ୍ସ କଲା ବେଳେ ଖରାପ ଲାଗିଥାଏ। ଏବେ ମୁଁ ବଡ଼ ହୋଇଯାଇଛି। ଜୀବନ କ’ଣ କେଉଁ ମଣିଷ କିପରି ତାହା ମୁଁ ଭଲ ଭାବେ ବୁଝି ସାରିଛି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ