Thursday, May 2, 2024
43.2 C
Odisha

    ବ୍ଳୁ ଲାଇଟ୍ କବଳରୁ ରକ୍ଷା ପାଇବାକୁ କ’ଣ କରିବେ

    ଆଗକୁ ପଢନ୍ତୁ

    ଘର ମଧ୍ୟରେ ରହିଥିବା ସମସ୍ତ ଆଲୋକ ସହ ଜଡ଼ିତ ଉପକରଣ ନୀଳ ଲାଇଟର ସ୍ରୋତ ଅଟନ୍ତି । ଏଲଇଡି, ଡିଜିଟାଲ ଉପକରଣର ସ୍କ୍ରିନରୁ ଅଲଗା ଅଲଗା ଲାଇଟ୍ ବାହାରିଥାଏ । ସୂର୍ଯ୍ୟକିରଣ ଅପେକ୍ଷା ଏହି ଉପକରଣରୁ କମ୍ ନୀଳ ଲାଇଟ୍ ବାହାରିଥାଏ । ମାତ୍ର ଆମେ ଏହି ଉପକରଣ ସହ ଅଧିକ ସମୟ ବିତାଉଥିବାରୁ ତାହା ଆମ ପାଇଁ ଅଧିକ କ୍ଷତିକାରକ ହୋଇଥାଏ । କମ୍ପ୍ୟୁଟର ଆଗରେ ବସି କାମ କରିବା ସମୟରେ ଚଷମା ପିନ୍ଧିଲେ ତାହା ଆମର ଆଖିକୁ ନୀଳ ଲାଇଟ୍ କବଳରୁ ରକ୍ଷା କରିଥାଏ ବୋଲି କୁହାଯାଏ । ଏଥିସହିତ ଚଷମା ଆମକୁ ଚାପମୁକ୍ତ ରଖିବା, ନିଦ୍ରାରେ ସୁଧାର ଆଣିବା ସହିତ ଆଖିର ସ୍ୱାସ୍ଥ୍ୟ ଠିକ୍ ରଖିଥାଏ ବୋଲି ମଧ୍ୟ ଅନେକ କହିଥାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ଚଷମା ବ୍ୟବହାର କରିବା ଆମ ସ୍ୱାସ୍ଥ୍ୟ ଫାଇଦା ନା କ୍ଷତିକାରକ । ନୀଳ ଲାଇଟକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଗତବର୍ଷ ଏନେଇ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥିଲା । ନୀଳ ଲାଇଟ କବଳରୁ ସୁରକ୍ଷିତ ରଖିବାରେ ସହାୟକ ହେଉଥିବା ଚଷମା ବାସ୍ତବରେ କୌଣସି କାମ କରେ ନାହିଁ ବୋଲି ସେଥିରେ କୁହାଯାଇଥିଲା । ତେବେ ଉକ୍ତ ରିସର୍ଚ୍ଚ ସୀମିତ ସମୟ ପାଇଁ କରାଯାଇଥିବାରୁ ତା’ର ବ୍ୟାପକ ପ୍ରଭାବ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନଥିଲା । ତେବେ ଆଜିକାଲି ସମସ୍ତେ ଡିଜିଟାଲ ଉପକରଣ ସହିତ ଅଧିକ ସମୟ ବିତାଉ ଥିବାରୁ ନୀଳ ଲାଇଟକୁ ନେଇ ଲୋକମାନେ ସତର୍କ ରହିବା ନିହାତି ଜରୁରୀ । ଆଗାମୀ ଦିନରେ ନୀଳ ଲାଇଟକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.2 ° C
    43.2 °
    43.2 °
    11 %
    5kmh
    4 %
    Thu
    43 °
    Fri
    43 °
    Sat
    44 °
    Sun
    45 °
    Mon
    45 °

    ସମ୍ବନ୍ଧିତ