Wednesday, April 8, 2026
37.8 C
Odisha

    ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି ପକ୍ଷରୁ ମାର୍ଗଦର୍ଶିକା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ସ୍ଥାନ ଚି଼ହ୍ନଟ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଓ ଅନ୍ୟଟି ହେଲା ଦୟା ନଦୀ କୂଳ। ଏଥିଲାଗି ସେଠାରେ ବିସର୍ଜନ ପାଇଁ ବିଏମସି ତରଫରୁ ବିଶେଷ ଆୟୋଜନ ହୋଇଛି।
    ଏଥର ବିଏମସି ମୂର୍ତ୍ତି ବିସର୍ଜନର ଦାୟିତ୍ବ ବହନ କରିବ। ଯେଉଁମାନେ ଚାହିଁବେ, ସେମାନେ ବିସର୍ଜନ ପାଇଁ ନିକଟସ୍ଥ ବିଏମସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ ବିଏମସି ବିସର୍ଜନ ବିଏମସି। ମୂର୍ତ୍ତିକୁ ଆଣି ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତିକୁ ସଠିକ ଭାବେ ଯଥା ସ୍ଥାନରେ ରଖିବେ। ଗଣେଶ ପୂଜା ବିସର୍ଜନର ତଦାରଖ କରିବେ ବିଏମସି ଡେପୁଟି କମିଶନର। ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପହଞ୍ଚାଇବା ଲାଗି ବି ବ୍ୟବସ୍ଥା କରାଯିବ। ଏଥିଲାଗି ରାଜଧାନୀରେ ୮ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପର ତାଲିକା ଜାରି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ