Tuesday, October 14, 2025
23.6 C
Odisha

    ହୋର୍ଡିଂ ଜୋନରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି

    ଆଗକୁ ପଢନ୍ତୁ

    ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନ୍ରୁ ହୋର୍ଡିଂ ହଟାଇଲା ବିଏମ୍ସି । ଆଜି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରାଜଧାନୀର ନୋ ହୋର୍ଡିଂ ଜୋନ୍ରେ ଲାଗିଥିବା ସବୁ ହୋର୍ଡିଂକୁ ହଟାଉଥିବା ଦେଖିବାକୁ ମିଳିଛି ।ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା କହି ହୋର୍ଡିଂ ହଟାଇବା ପାଇଁ ବିଏମସି ନିୟମ ବାହାର କରିଥିଲା । ଏଥିପାଇଁ ଏକ ପାନ ଦୋକାନୀଙ୍କୁ ୫ ଲକ୍ଷ ଟଙ୍କାର ଫାଇନ୍ ଲଗାଇଥିଲା ବିଏମସି । ଯାହାକୁ ନେଇ ଥାନାରେ ଅଭିଯୋଗ ବି ହୋଇଥିଲା । ଅନେକ ସ୍ଥାନରେ ରାଜନେତାଙ୍କ ବଡ ବଡ ପୋଷ୍ଟର ଓ ହୋର୍ଡିଂ ରହିଥିବାବେଳେ ସାଧାରଣ ଲୋକଙ୍କଠାରୁ ବିଏମ୍ସି ଫାଇନ୍ ନେଉଥିବା ନେଇ ପ୍ରଶ୍ନ ଉଠିଲା । ଏହି ଖବର ପ୍ରସାରଣ ହେବା ପରେ ଏବେ ନୋ ହୋର୍ଡିଂ ଜୋନ୍ରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    81 %
    1.4kmh
    16 %
    Tue
    24 °
    Wed
    30 °
    Thu
    30 °
    Fri
    29 °
    Sat
    29 °

    ସମ୍ବନ୍ଧିତ