Monday, February 10, 2025
18.1 C
Odisha

    ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତକୁ ଜିତିବାକୁ ଆବଶ୍ୟକ ମାତ୍ର ୭୯ ରନ୍

    ଆଗକୁ ପଢନ୍ତୁ

    ରୋଚକ ମୋଡରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଟିମ୍ ଇଣ୍ଡିଆକୁ ଇତିହାସ ରଚିବାକୁ ମାତ୍ର ୭୯ ରନ୍ ଆବଶ୍ୟକ । ଅଥାର୍ତ ମାତ୍ର ୭୯ ରନ୍ କଲେ ଦକ୍ଷିଣ ଆଫ୍ରିକା ମାଟିରେ ବିଜୟୀ ହେବ ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ଏଡେନ ମାରକ୍ରମଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୭୬ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ଭାରତକୁ ୭୯ ରନର ସହଜ ବିଜୟଲକ୍ଷ୍ୟ ମିଳିଛି ।ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକା ଲାଗିଥିଲା ଝଟକା । ବୁମରା ପ୍ରଥମ ଓଭରରେ ହିଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଲଗାତାର ଗୋଟିଏ ପରେ ଗୋଟିଏ ୱିକେଟ ଖସୁଥିଲେ ମଧ୍ୟ ଅନ୍ୟପଟେ ମାରକ୍ରମ ନିଜର ବ୍ୟାଟିଂ ଷ୍ଟାଇଲକୁ ବଦଳାଇଥିଲେ । ପ୍ରତି ବଲରେ ବଡ ସଟ୍ ଖେଳି ନିଜର ଶତକ ପୂରା କରିଥିଲେ ମାରକ୍ରମ । ତେବେ ମହମ୍ମଦ ସିରାଜ ମାରକ୍ରମଙ୍କ ୱିକେଟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଦେଇଥିଲେ । ଦ୍ୱିତୀୟ ଇନିଂସରେ ବୁମରା ସର୍ବାଧିକ ୬ଟି ୱିକେଟ ହାତେଇଥିବା ବେଳେ ମୁକେଶ କୁମାର ୨ଟି ଏବଂ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଥିବା ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରି ୯୮ ରନର ଅଗ୍ରଣୀ ନେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    18.1 ° C
    18.1 °
    18.1 °
    58 %
    2.5kmh
    17 %
    Sun
    18 °
    Mon
    34 °
    Tue
    36 °
    Wed
    36 °
    Thu
    35 °

    ସମ୍ବନ୍ଧିତ