Wednesday, September 23, 2026
23.7 C
Odisha

    ଫୁଟା ପାଣି ହ୍ରାସ କରିବ ମାଇକ୍ରୋପ୍ଲାଷ୍ଟିକ: ବିଶେଷଜ୍ଞଙ୍କ ବଡ଼ ଖୁଲାସା

    ଆଗକୁ ପଢନ୍ତୁ

    ପ୍ଲାଷ୍ଟିକର ବ୍ୟବହାର ଓ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଅତ୍ୟନ୍ତ ଆବଶ୍ୟକ ରହିଛି। କାରଣ ପ୍ଲାଷ୍ଟିକର ବହୁଳ ବ୍ୟବହାର ବର୍ତ୍ତମାନ ମାନବ ସ୍ୱାସ୍ଥ୍ୟ ପାଇଁ ବଡ଼ ଚେତାବନୀ। ଆପଣ ଜାଣନ୍ତି ନାହିଁ, ଏମିତି କି ଖାଦ୍ୟ-ପାନୀୟ ଜରିଆରେ ବି ପ୍ରତ୍ୟେକ ଦିନ ପ୍ଲାଷ୍ଟିକ ଆମ ଶରୀର ଭିତରକୁ ପ୍ରବେଶ କରୁଛି। ଯାହା ବିଭିନ୍ନ ଗମ୍ଭୀର ରୋଗର କାରଣ ହେଉଛି ବୋଲି ଅନେକ ଅଧ୍ୟୟନରେ ସ୍ପଷ୍ଟ ହୋଇଛି। ତେବେ ବୈଜ୍ଞାନିକମାନେ ଏନେଇ କିଛି ଗବେଷଣା କରିଥିବା ବେଳେ ଏହାର ଏକ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହା ସମସ୍ତଙ୍କ ପାଇଁ ବହୁ ଗୁରୁତ୍ୱ ରଖୁଥିବା ବେଳେ ଏ ସମ୍ପର୍କରେ ଜାଣିବା ଅତ୍ୟନ୍ତ ଜରୁରୀ।

    ସୂଚନା ଥାଉକି, ନିକଟରେ ବୈଜ୍ଞାନିକମାନେ ପ୍ଲାଷ୍ଟିକ ବୋତଲ ପାଣିରେ ସୂକ୍ଷ୍ମ ପ୍ଲାଷ୍ଟିକ କଣିକା ବା ମାଇକ୍ରୋପ୍ଲାଷ୍ଟିକ ଆବିଷ୍କାର କରିଥିଲେ। ଏବଂ ଏହାକୁ ନେଇ ବୈଜ୍ଞାନିକମାନେ ଅଧିକ ଗବେଷଣା ଜାରି ରଖିଥିଲେ। ତେବେ ସାଧାରଣତଃ ଆମେ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ନଳ ପାଣିକୁ ଫୁଟାଇବା ଦ୍ୱାରା ସୂକ୍ଷ୍ମ ପ୍ଲାଷ୍ଟିକ କଣିକା ନଷ୍ଟ ହୋଇଥାଏ ବୋଲି ଉକ୍ତ ଅଧ୍ୟୟନରୁ ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି। ସଦ୍ୟ ଅଧ୍ୟୟନର ନେତୃତ୍ୱ ନେଇଥିବା ଚିନର ଜିନାନ ବିଶ୍ୱବିଦ୍ୟାଳୟର ଡ଼. ଇଡି ଜେଙ୍ଗ ନଳ ପାଣି ନମୁନାରେ ମାଇକ୍ରୋପ୍ଲାଷ୍ଟିକ ସ୍ତର ମାପିଥିଲେ। ଆଉ ପ୍ରତି ଲିଟରରେ ହାରାହାରି ୧ ମିଲିଗ୍ରାମ ସୂକ୍ଷ୍ମ ପ୍ଲାଷ୍ଟିକ କଣିକା ଥିବା ସେ ଦେଖିବାକୁ ପାଇଥିଲେ। ତେଣୁ ସେ ପାଣିକୁ ୫ ମିନିଟ ପାଇଁ ଫୁଟାଇଥିଲେ। ତା’ପରେ ପୁଣି ଥରେ ଏହାର ମାଇକ୍ରୋପ୍ଲାଷ୍ଟିକ ପରିମାଣକୁ ମାପିଥିଲେ। ଏଥିରେ ତାଙ୍କର ଫଳାଫଳ ଅତ୍ୟନ୍ତ ଆଶାଜନକ ଥିଲା। କାରଣ ୫ ମିନିଟ ଫୁଟିଥିବା ପାଣିରେ ମାଇକ୍ରୋପ୍ଲାଷ୍ଟିକ ମାତ୍ର ୮୦ ଭାଗରୁ ଅଧିକ ହ୍ରାସ ପାଇଥିବା ସେ ଦେଖିବାକୁ ପାଇଥିଲେ। ତେବେ ଏହାକୁ ନେଇ ବୈଜ୍ଞାନିକ ଜେଙ୍ଗ କହିଛନ୍ତି ଫୁଟା ପାଣି ଜରିଆରେ ସୂକ୍ଷ୍ମ ପ୍ଲାଷ୍ଟିକ ମାତ୍ରା ୨-୫ ଗୁଣା କମ ହୋଇଥାଏ। ୧ ମିଲିମିଟର ୧ ହଜାରତମ ଭାଗରୁ ୫ ମିଲିମିଟର ଆକାରବିଶିଷ୍ଟ ମାଇକ୍ରୋପ୍ଲାଷ୍ଟିକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହେଉଛି। ତେଣୁ ଏହି ସୂକ୍ଷ୍ମ ପ୍ଲାଷ୍ଟିକ କଣିକାଗୁଡିକର ପ୍ରଭାବକୁ ନେଇ ଅଦ୍ୟାବଧି ଅଧ୍ୟୟନ ଜାରି ରହିଛି। ଏହି ସ୍ଥିତିରେ ସଦ୍ୟ ଅଧ୍ୟୟନର ଫଳ ଦୈନଦିନ ଜୀବନରେ ପ୍ଲାଷ୍ଟିକର ପ୍ରଭାବକୁ ହ୍ରାସ କରିବାର ପ୍ରଭାବଶାଳୀ ମାର୍ଗ ପ୍ରଦାନ କରିଛି। ଏଥିପାଇଁ ଦୈନଦିନ ନଳ ପାଣିରୁ ଆମେ ଗ୍ରହଣ କରୁଥିବା ସୂକ୍ଷ୍ମ ପ୍ଲାଷ୍ଟିକକୁ ଏଡ଼ାଇବା ପାଇଁ ଫୁଟପାଣି ପିଇବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    99 %
    1.5kmh
    100 %
    Wed
    27 °
    Thu
    27 °
    Fri
    29 °
    Sat
    28 °
    Sun
    28 °

    ସମ୍ବନ୍ଧିତ