Saturday, October 17, 2026
21.5 C
Odisha

    ଏମିତି ବି ଆସେ ମୃତ୍ୟୁ: ସ୍କୁଟି ଚଳାଇ ଯାଉଥିବା ବେଳେ ହୃଦ୍‌ଘାତରେ ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ଉତ୍କେଲା: ସ୍କୁଟି ଚଳାଇ ରାସ୍ତାରେ ଯାଉଥିବା ବେଳେ ହୃଦ୍‌ଘାତର ଚାଲିଗଲା ଜୀବନ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଜବାହରଲାଲ ଯାଦବ (୫୫)। ସୂଚନା ଅନୁସାରେ, ଜବାହରଲାଲ ଏକ ସ୍କୁଟି (ଏପି ୩୯ କେଏଫ୍ ୩୯୨୪)ରେ ଭବାନୀପାଟଣା ଅଭିମୁଖେ ଯାଉଥିଲେ। ସକାଳ ୭ଟା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୨୬ର ପାଷ୍ଟିକୁଡ଼ି ଗ୍ରାମ ନିକଟରେ ଆକସ୍ମିକ ଭାବେ ତାଙ୍କ ମୃତ୍ୟୁ ହୋଇଗଲା। ଭବାନୀପାଟଣା ସଦର ଥାନା ଏସ୍‌ଆଇ ଟୁନା ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହୃଦ୍‌ଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତାଙ୍କ ପେଣ୍ଟ ପକେଟରେ ଥିବା ଆଧାରକାର୍ଡରେ ତାଙ୍କ ଠିକଣା ଆନ୍ଧ୍ରପ୍ରଦେଶର ବିଜୟାନଗରମ ବୋଲି ଉଲ୍ଲେଖ ରହିଛି। ଗାଡ଼ି ପଛପଟେ ବ୍ୟାଗରେ ରଖା ଯାଇଥିବା ସାମଗ୍ରୀକୁ ଦେଖି ସେ ଜଣେ ଫେନ୍ସି ସାମଗ୍ରୀ ବ୍ୟବସାୟୀ ବୋଲି ଜଣାପଡ଼ିଛି। ତେବେ ସେ ଏହି ଅଞ୍ଚଳରେ କେଉଁଠି ରହୁଥିଲେ କିଛି ଜଣାପଡ଼ି ନାହିଁ।
    ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପରିବାର ଲୋକଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ। ତେଣୁ ଶବକୁ ଭବାନୀପାଟଣା ଡାକ୍ତରଖାନାରେ ରଖାଯାଇଛି। ପରିବାର ଲୋକଙ୍କ ସହିତ ଯୋଗାଯୋଗ ହୋଇ ନପାରିଲେ ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶବ ବ୍ୟବଛେଦ କରାଯିବ ବୋଲି ଏସ୍‌ଆଇ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.5 ° C
    21.5 °
    21.5 °
    96 %
    1.1kmh
    100 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ