Saturday, April 4, 2026
36.1 C
Odisha

    ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟ ଉପରେ ବୋମାମାଡ଼ ଧମକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୧୧ଟି ବିଦ୍ୟାଳୟ ଉପରେ ବୋମା ପକାଇବାକୁ ଧମକ ଦେଇ ଏକ ଇମେଲ ଆସିଛି। ଦିଲ୍ଲୀ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି। ସୂଚନା ଅନୁଯାୟୀ, ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ମଦର ମେରି ସ୍କୁଲକୁ ବୋମା ଧମକ ମେଲ ମିଳିଥିଲା
    ଏନସିଆରର ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ସ୍କୁଲକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି।

    କୁହାଯାଉଛି ଯେ ଦିଲ୍ଲୀର ପ୍ରାୟ ଏଗାରଟି ବିଦ୍ୟାଳୟରେ ବୋମାମାଡ଼ ଧମକ ଆସିଛି। ଯେଉଁଥିରେ ଡିପିଏସ୍, ଆମିଟି, ମଦର ମେରି ସ୍କୁଲ୍ ସହିତ ବଡ଼ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ବୋମାମାଡ଼ ଧମକ ପରେ ସ୍କୁଲଗୁଡ଼ିକୁ ତୁରନ୍ତ ଖାଲି କରାଯାଇଛି। ଏପରିକି ମଦର ମେରି ସ୍କୁଲର ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଛି।

    ପୁଲିସର ସୂଚନାନୁସାରେ, ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ଲେଖାଯାଇଛି ଯେ ସ୍କୁଲରେ ବୋମା ଅଛି। ସତର୍କତାମୂଳକ ଭାବେ ବିଦ୍ୟାଳୟରୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏବେ ବୋମା ଖୋଜା ଚାଲିଛି। ତେବେ  ଏପର୍ଯ୍ୟନ୍ତ କିଛି ମିଳିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ