Saturday, October 10, 2026
22.4 C
Odisha

    ନକଲି ଭିଡିଓ ପାଇଁ କଂଗ୍ରେସକୁ ଦାୟୀ କଲେ ଅମିତ ଶାହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ବିଜେପି ସମର୍ଥନ କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାଙ୍କର ଏକ ନକଲି ଭିଡିଓର ପ୍ରଚାର ପାଇଁ ସେ କଂଗ୍ରେସକୁ ଦାୟୀ କରିବା ସହ ବିଜେପି ସଂରକ୍ଷଣର ରକ୍ଷକ ବୋଲି କହିଛନ୍ତି। ୪୦୦ ଆସନ ଅତିକ୍ରମ କରିବା ପରେ ବିଜେପି ସଂରକ୍ଷଣ ବନ୍ଦ କରିବ ବୋଲି କଂଗ୍ରେସ ଭୁଲ୍ ତଥ୍ୟ ପ୍ରଚାର କରୁଛି। ଏହି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ। ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରେ ବୋଲି ଶାହ କହିଛନ୍ତି।

    ନିକଟରେ ଗୃହମନ୍ତ୍ରୀଙ୍କ ଏକ ସମ୍ପାଦିତ ତଥା ନକଲି ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ସେୟାର ହୋଇଥିଲା, ଯେଉଁଥିରେ ସେ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଉଥିବା ଦେଖାଯାଇଥିଲା। ଅନେକ କଂଗ୍ରେସ ଅଧିକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଭିଡିଓକୁ ସେୟାର କରି ଦାବି କରିଛନ୍ତି ଯେ ବିଜେପି ସଂରକ୍ଷଣ ଉଚ୍ଛେଦ କରିବାକୁ ପ୍ରସ୍ତୁତ ହେଉଛି। ଏହି ଭିଡିଓକୁ ନେଇ ଅଭିଯୋଗ ହେବା ପରେ ଏତଲା ରୁଜୁ ହୋଇଛି। ବିଜେପି ଅନୁଯାୟୀ, ଏହି ଫୁଟେଜ୍ ୨୦୨୩ରେ ତେଲେଙ୍ଗାନାରେ ଏକ ଭାଷଣର ଥିଲା, ଯେଉଁଥିରେ ଗୃହମନ୍ତ୍ରୀ ରାଜ୍ୟରେ ମୁସଲମାନଙ୍କ ପାଇଁ ୪ ପ୍ରତିଶତ ‘ଅସାମ୍ବିଧାନିକ’ ସଂରକ୍ଷଣ ବିଷୟରେ କହିଥିଲେ। ନକଲି ଭିଡିଓ ପ୍ରସାରଣ କରି ଜନସମର୍ଥନ ହାସଲ କରିବାର ପ୍ରୟାସ ନିନ୍ଦନୀୟ ଏବଂ କୌଣସି ପ୍ରମୁଖ ଦଳ ଏହା କରିବା ଉଚିତ ନୁହେଁ ବୋଲି ଶାହ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ