Sunday, September 13, 2026
27.6 C
Odisha

    ଲେବାନନ୍ ଉପରେ ବୋମାବର୍ଷା: ୧୦୦ ଲଢ଼ୁଆ ବିମାନ ନିୟୋଜିତ

    ଆଗକୁ ପଢନ୍ତୁ

    ତେଲ୍‌ ଅଭିଭ୍: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଓ ଇସ୍ରାଏଲ ଆଜି ପରସ୍ପର ବିରୋଧରେ ବଡ଼ଧରଣର ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନ ସମର୍ଥିତ ସାମରିକ ଗୋଷ୍ଠୀ ହିଜବୁଲ୍ଲାର ଏକ ବିବୃତ୍ତି ଅନୁଯାୟୀ, ଇସ୍ରାଏଲର ପ୍ରମୁଖ ସାମରିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରି ୩୨୦ରୁ ଅଧିକ କାତୟୁଶା ରକେଟ୍ ମାଡ଼ କରାଯାଇଛି ଏବଂ ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନ୍ୟ ପକ୍ଷରେ ଏହି ଆକ୍ରମଣର ଜବାବରେ ଇସ୍ରାଏଲ ସେନା ଲେବାନନ୍‌ର ଟାର୍ଗେଟ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇସ୍ରାଏଲ ବାୟୁସେନାର ୧୦୦ଟି ଲଢୁଆ ବିମାନ ଲେବାନନ୍‌ର ୨ ହଜାରରୁ ଅଧିକ ଟାର୍ଗେଟ୍‌ ଉପରେ ଆକ୍ରମଣ କରିଛି। ହିଜବୁଲ୍ଲାର ପ୍ରମୁଖ ଶିବିର ଉପରେ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ଆକ୍ରମଣରେ ହିଜବୁଲ୍ଲାର ଅନେକ ପ୍ରମୁଖ ଆଡ଼ା, କମାଣ୍ଡ ସେଣ୍ଟର ଆଦି ଧ୍ବସ୍ତ ହୋଇଥିବା ବେଳେ ୨ ଜଣ କମାଣ୍ଡରଙ୍କ ସମେତ ୩ ଜଣ ନିହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

    ଇସ୍ରାଏଲ କହିଛି ଯେ ଉତ୍ତର ଓ କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ କରୁଥିବା ଦକ୍ଷିଣ ଲେବାନନ୍‌ର ରକେଟ୍ ଲଞ୍ଚର ସ୍ଥଳଗୁଡ଼ିକୁ ଆେମ ଚିହ୍ନଟ କରିଛୁ ଏବଂ ଏହା ଉପରେ ଆମର ଲଢ଼ୁଆ ବିମାନ ଆକ୍ରମଣ ଜାରି ରଖିଛି। ଦକ୍ଷିଣ ଲେବାନନ୍‌ରେ ଥିବା ହଜାର ହଜାର ହିଜବୁଲ୍ଲା ରକେଟ୍ ଲଞ୍ଚର ବ୍ୟାରେଲ ନଷ୍ଟ କରାଯାଇଛି ବୋଲି ଇସ୍ରାଏଲ କହିଛି। ଏଥିମଧ୍ୟରୁ ଅଧିକାଂଶ ଲଞ୍ଚର ଦ୍ବାରା ଉତ୍ତର ଇସ୍ରାଏଲକୁ ଟାର୍ଗେଟ କରାଯାଇଥିବା ବେଳେ ଆଉ କିଛି କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ କରିଥିଲା। ହିଜବୁଲ୍ଲା ଏବଂ ଏହାର ଆଞ୍ଚଳିକ ସହଯୋଗୀ ଇରାନ ଗତ ମାସରେ ନିଜର ସାମରିକ କମାଣ୍ଡର ଫୁଆଦ୍ ଶୁକ୍ରଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଘୋଷଣା କରିବା ପରେ ଆଜି ହିଜବୁଲ୍ଲା ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି। ହିଜବୁଲ୍ଲା କହିଛି ଯେ ଇସ୍ରାଏଲକୁ ଟାର୍ଗେଟ କରି ବହୁ ସଂଖ୍ୟକ ଡ୍ରୋନ୍, କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଡ଼ କରାଯାଇଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ।
    ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ପୂର୍ବାହ୍ନରେ ସୁରକ୍ଷା କ୍ୟାବିନେଟ୍ ବୈଠକ ଡକାଇବା ସହ ଦେଶବ୍ୟାପୀ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ଲେବାନନ୍‌ ପଟୁ ଆକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପାଇଁ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ହିଜବୁଲ୍ଲା ଆତଙ୍କବାଦୀ ସଂଗଠନର ସମସ୍ତ ପ୍ରମୁଖ ଆଡ଼ା ଓ ଆକ୍ରମଣସ୍ଥଳକୁ ଚିହ୍ନଟ କରସାରିଥିବାରୁ ଆଗକୁ ଇସ୍ରାଏଲର ଆକ୍ରମଣ ଆହୁରି ଭୀଷଣ ହେବ ବୋଲି ଅନୁମାନ କରାଯାଉଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇସ୍ରାଏଲର ବେନ୍ ଗୁରିଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ କିଛି ସମୟ ପାଇଁ ଉଡ଼ାଣ ବାତିଲ କରାଯାଇଥିଲା। ତେବେ କିଛି ଘଣ୍ଟା ମଧ୍ୟରେ ଏହା ସ୍ବାଭାବିକ ହୋଇଛି। ଇସ୍ରାଏଲ ଜରୁରୀକାଳୀନ ସେବା ପ୍ରସ୍ତୁତି ବଢ଼ାଇବା ସହ ହିଜବୁଲ୍ଲା ଓ ଇରାନ୍‌ର ମିଳିତ ଆକ୍ରମଣକୁ ପଣ୍ଡ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ