Sunday, October 4, 2026
28.6 C
Odisha

    ଭାରତ-ପାକିସ୍ତାନ ସୀମାରେ ମହିଳା ଅଶ୍ୱାରୋହୀ ସମ୍ଭାଳିବେ ମୋର୍ଚ୍ଚା

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: ପଞ୍ଜାବର ଭାରତ-ପାକିସ୍ଥାନ ସୀମାରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ର ଅନ୍ୟ ଏକ ବାଟାଲିୟନ ନିୟୋଜିତ ହେବେ। ଏହା ଦବାରା ଡ୍ରୋନ୍ ମାଧ୍ୟମରେ ସୀମା ପାର କରି ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣରେ ରୋକ ଲାଗିବ। ଏନେଇ ବିଏସ୍ଏଫ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଅତିରିକ୍ତ ବାଟାଲିୟନ ଦାବି କରି ଏକ ଚିଠି ଲେଖିଛି।

    ସୂଚନାଯୋଗ୍ୟ ଯେ ବର୍ତ୍ତମାନ ୫୦୦କିଲୋମିଟରରୁ ଅଧିକ ଲମ୍ବ ସୀମାକୁ ସୁରକ୍ଷା ଦେବା ପାଇଁ ପ୍ରାୟ ୨୦ଟି ବାଟାଲିୟନ ନିୟୋଜିତ ଅଛନ୍ତି। ସେଥିମଧ୍ୟରୁ ୧୮ ବାଟାଲିୟନ ସକ୍ରିୟ ଭାବରେ ସୀମାରେ ନିୟୋଜିତ ହୋଇଥିବାବେଳେ ଅବଶିଷ୍ଟ ବାଟାଲିୟନ ଅମୃତସରର ଅଟାରୀ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ ଏବଂ କର୍ତାରପୁର କରିଡରର ଆବଶ୍ୟକତା ପୂରଣ ପାଇଁ ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକଠାରେ ନିୟୋଜିତ ହୋଇଛନ୍ତି।

    ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୧୯-୨୦ଠାରୁ ପଞ୍ଜାବର ସୀମାନ୍ତ ଅଞ୍ଚଳରେ ଆରମ୍ଭ ହୋଇଥିବା ଡ୍ରୋନ କାର୍ଯ୍ୟକଳାପ ଅମୃତସର ଏବଂ ତରନ୍‌ତାରନ୍ ଜିଲ୍ଲାରେ ଯଥେଷ୍ଟ ବୃଦ୍ଧି ପାଇଛି।

    ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର କାରବାରକୁ ନିୟନ୍ତ୍ରଣ କରିବା ପାଇଁ ବିଏସ୍ଏଫ୍ ଅତିରିକ୍ତ ବାଟାଲିୟନର ଆବଶ୍ୟକତା ଅନୁଭବ କରୁଥିଲା। ଏହି କାରଣରୁ କେନ୍ଦ୍ରକୁ ଏକ ଚିଠି ଲେଖାଯାଇଛି ଯାହା ବର୍ତ୍ତମାନ ବିଚାରକୁ ନିଆଯାଉଛି।ଏଥି ସହିତ, ମହିଳା ଅଶ୍ୱାରୋହୀ ଦଳ ମଧ୍ୟ ‌ସୀମାରେ ମୋର୍ଚ୍ଚା ସମ୍ଭାଳିବେ। ମହିଳା ଅଶ୍ୱାରୋହୀମାନଙ୍କର ଏକ ନୂତନ ୟୁନିଟ୍ ମଧ୍ୟ ବିଏସ୍ଏଫ୍ ସୀମାରେ ପାଟ୍ରୋଲିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ଗୁରୁଦାସପୁରରେ ଅଧିକ ସୈନ୍ୟ ନିୟୋଜିତ କରି ପଞ୍ଜାବ-ଜମ୍ମୁ ସୀମାରେ ଭାରତ ନିଜର ଶକ୍ତି ବୃଦ୍ଧି କରିଛି। ପାକିସ୍ତାନରୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଏହା କରାଯାଇଛି।

    ସୂଚନାଯୋଗ୍ୟ,ଚଳିତ ବର୍ଷ ସୀମାରେ ଭାରତୀୟ ଯବାନଙ୍କ ଦ୍ବାରା ୧୨୦ ରୁ ଅଧିକଡ୍ରୋନ୍ ଧ୍ୱଂସ କରାଯାଇଛି। ସେହିପରି ୨୦୨୩ ମସିହାରେ ସୀମାରେ ୧୦୭ଟି ଡ୍ରୋନ୍ ଆକ୍ରମଣ ବିଫଳ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ