Saturday, July 27, 2024
24.8 C
Odisha

    ଆପଣଙ୍କ ପିଲାଙ୍କୁ ଦିଅନ୍ତୁନି ବମ୍ବେ ମିଠେଇ, ଏଥିରେ ରହିଛି ବଡ ଘାତକ ରୋଗର କେମିକାଲ

    ଆଗକୁ ପଢନ୍ତୁ

    ମେଳା ବା ବଜାରରେ ଯଦି ଆପଣ ନିଜ ପିଲାଙ୍କୁ ବମ୍ବେ ମିଠେଇ କିଣିକରି ଖାଇବାକୁ ଦେଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ପିଲାଙ୍କର ଅତି ପ୍ରିୟ ଏହି ମିଠେଇରେ କ୍ୟାନସର ସୃଷ୍ଟିକାରୀ କେମିକାଲ ରହିଛି । ଚିନିରେ ତିଆରି ହେଉଥିବା ଏହି ମିଠେଇକୁ ଇଂରାଜୀରେ କଟନ କ୍ୟାଣ୍ଡି କୁହାଯାଏ ।
    ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ ସମୟରେ ବମ୍ବେ ମିଠେଇରେ ରୋଡୋମାଇନ୍ ବି କେମିକାଲ୍ ପାଇଛନ୍ତି ଯାହା ସାଧାରଣତଃ କପଡା ଉଦ୍ୟୋଗରେ ବ୍ୟବହାର କରାଯାଏ । ଏହା ଶରୀର ମଧ୍ୟକୁ ଯାଇ କ୍ୟାନସର ସୃଷ୍ଟିର କାରକ ପାଲଟିଯାଏ । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପୁଡୁଚେରୀ ପରେ ଏବେ ତାମିଲନାଡୁ ଏହା ଉପରେ ପ୍ରତିବନ୍ଧ ଲଗାଇଛି । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍ ସୁବ୍ରମଣ୍ୟମ କଟନ କ୍ୟାଣ୍ଡି ଉପରେ ପ୍ରତିବନ୍ଧ ଲଗାଇ କହିଛନ୍ତି ଏହାର ଉଦ୍ଦେଶ୍ୟ କଟନ କ୍ୟାଣ୍ଡି ପ୍ରସ୍ତୁତକର୍ତ୍ତା, ବିକ୍ରେତା ଓ ଗ୍ରାହକଙ୍କ ମଧ୍ୟରେ ରଙ୍ଗୀନ କ୍ୟାଣ୍ଡିରେ ଥିବା କ୍ଷତିକାରକ କେମିକାଲ ବିଷୟରେ ସଚେତନତା ସୃଷ୍ଟି କରିବା । ସେ କହିଛନ୍ତି ଏହା ପାଟିକୁ ସୁଆଦିଆ ଲାଗୁଥିଲେ ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେ କହିଛନ୍ତି ସଚେତନତା ସୃଷ୍ଟି ହେବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏହା ସୁନିଶ୍ଚିତ କରିବେ କି କେବଳ ରଙ୍ଗମୁକ୍ତ କଟନ କ୍ୟାଣ୍ଡି ବିକ୍ରୀ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ