Tuesday, September 29, 2026
23.8 C
Odisha

    ୮୪% ଭାରତୀୟ; ନିଦରୁ ଉଠିବା ପରେ ଆଗ ଘାଣ୍ଟୁଛନ୍ତି ସ୍ମାର୍ଟଫୋନ୍

    ଆଗକୁ ପଢନ୍ତୁ

    ଆଜିର ଯୁଗରେ ସ୍ମାର୍ଟଫୋନ୍ ଅନେକାଂଶରେ ଏକ ଅତ୍ୟାବଶ୍ୟକ ଡିଭାଇସ୍ ରେ ପରିଣତ ହୋଇଛି। ଏହା ସାହାଯ୍ୟରେ ଅନଲାଇନ କ୍ଲାସ ସମେତ ଅନେକ ପ୍ରକାର କାମ ହୋଇପାରିବ । ତେବେ କେତେକ ରିପୋର୍ଟରେ ମୋବାଇଲ ଫୋନ୍ ନଷ୍ଟ ହେବାର କାରଣ ପାଲଟିଛି। ନିକଟରେ ବିସିଜିର ଏକ ରିପୋର୍ଟ ରେ ଦାବି କରାଯାଇଛି ଯେ ପ୍ରାୟ ପ୍ରତି ୧୫ ମିନିଟରେ ଫୋନ୍ ଦେଖିଥାନ୍ତି ୮୪% ଭାରତୀୟ।
    ଅନେକ ସମୟରେ ଏପରି ହୋଇଥାଏ ଯେତେବେଳେ ଆମେ ବିନା କାରଣରେ ଫୋନ୍ ଉଠାଇଥାଉ, ଏହାକୁ ଚେକ୍ କରିଥାଉ। ଏକ ନୂଆ ରିପୋର୍ଟରୁ ଜଣାପଡିଛି ଯେ ୮୪ ପ୍ରତିଶତ ଭାରତୀୟ ବିନା କାରଣରେ ପ୍ରତି ୧୫ ମିନିଟରେ ନିଜର ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି। ଏହି ରିପୋର୍ଟ ଅନୁଯାୟୀ, ପ୍ରାୟ ୫୦% ସମୟରେ ଗ୍ରାହକମାନେ ବୁଝିପାରୁନାହାନ୍ତି ଯେ ସେମାନେ କାହିଁକି ଫୋନ୍ ଉଠାନ୍ତି। ଦେଖାଯାଇଛି ଯେ ଏହା ଏବେ ଏକ ଅଭ୍ୟାସ ହୋଇଗଲାଣି।

    ସେଣ୍ଟର ଫର୍ କଷ୍ଟମର୍ ଇନସାଇଟ୍ସ ଇଣ୍ଡିଆର ମୁଖ୍ୟ କନିକା ସାଙ୍ଗୀ କହିଛନ୍ତି, ଆମ ଗବେଷଣାରେ ଆମେ ଦେଖିଛୁ ଯେ ଅନେକାଂଶ ସମୟରେ ୟୁଜରମାନେ କାହିଁକି ଫୋନ୍ ଧରନ୍ତି ସେ ବିଷୟରେ ନିଜେ ବି ଜାଣି ନ ଥାନ୍ତି – ସେମାନେ ଅଭ୍ୟାସବଶତଃ ଏପରି କରନ୍ତି। ୫୫% ସମୟରେ ଲୋକମାନେ ଫୋନ ବିଷୟରେ ଜାଣନ୍ତି ନାହିଁ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଗ୍ରାହକମାନେ ପ୍ରାୟ ୫୫% ସମୟ ଫୋନ୍ ଧରିବାର ଇଚ୍ଛା ବିଷୟରେ ଅନିଶ୍ଚିତ ଥିବା ବେଳେ ୫୦% ସମୟରେ ସେମାନେ ଜାଣିକି ଧରିଥାନ୍ତି। ଏହା ବ୍ୟତୀତ ୫ରୁ ୧୦ ପ୍ରତିଶତ ସମୟରେ ୟୁଜରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ କିଛି ସ୍ପଷ୍ଟତା ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ