Tuesday, April 14, 2026
28.8 C
Odisha

    ଆଜିଠାରୁ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଆସନ୍ତାକାଲି ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍‌ସପ୍ରେସ୍‌। ବ୍ରହ୍ମପୁର – ଟାଟାନଗର ମଧ୍ୟରେ ଏହା ଚଳାଚଳ କରିବ। ଆସନ୍ତାକାଲି ପୂର୍ବାହ୍ଣ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଜରିଆରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନ୍‌ ୪ନମ୍ବର ପ୍ଲାଟ୍‌ଫର୍ମ ବାହାରେ ଏକ ସାଧାରଣସଭା ଆୟୋଜନ କରାଯିବ। ସଭାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ଅନ୍ୟତମ ଅତିଥି ଭାବେ ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଯୋଗ ଦେବେ।

    ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
    ସଭାରେ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ
    ରେଳଷ୍ଟେସନ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତାକାଲି ଭୁବନେଶ୍ବରରୁ ହେଲିକପ୍ଟର୍‌ରେ ବାହାରି ସକାଳ ୯ଟା ୩୫ରେ ଗୋସାଇଁ ନୂଆଗାଁସ୍ଥିତ କେସି ହାଇସ୍କୁଲ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସେଠାରୁ ଦଳୀୟ ନେତା ଓ କର୍ମକର୍ତ୍ତା ତାଙ୍କୁ ରେଳ ଷ୍ଟେସନସ୍ଥିତ ସଭାସ୍ଥଳକୁ ପାଛୋଟି ନେବେ। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ବିଜେପି ନେତା ଓ କର୍ମୀଙ୍କ ମହଲରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ବ୍ରହ୍ମପୁର ରେଳଷ୍ଟେସନ୍‌ ୪ ନମ୍ବର ପ୍ଲାଟଫର୍ମରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଶୁଭାରମ୍ଭ କରିବେ। ଏହାପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଭିସି ଜରିଆରେ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ରଖିବେ। ୧୧ଟା ୨୦ମିନିଟ୍‌ରେ ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ରଖିବେ। ସଭାକାର୍ଯ୍ୟ ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌ରେ ଭୁବନେଶ୍ବର ଅଭିମୁଖେ ଯିବେ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଛି।

    ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଆଜି ବ୍ରହ୍ମପୁର ସାଂସଦ, ବିଧାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ଧୀନା ଦସ୍ତାଗିର, ବ୍ରହ୍ମପୁର ଏସ୍‌ପି ଦାୟିତ୍ବରେ ଥିବା ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ରେଳଷ୍ଟେସନ୍‌ ପରିଦର୍ଶନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ