Saturday, September 12, 2026
25.9 C
Odisha

    BRICS ସମ୍ମିଳନୀରେ ମୋଦିଙ୍କ କ୍ରେଜ୍, ଫଟୋ ଓ ସେଲଫି ନେବାକୁ ବିଦେଶୀ ମହିଳା ପ୍ରତିନିଧିଙ୍କ ମଧ୍ୟରେ ଉତ୍ସାହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ ହେଉଛି । ବ୍ରିକ୍ସ ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରନେତା ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

    BRICS ଶିଖର ସମ୍ମିଳନୀ ସମୟରେ କିଛି ବିଦେଶୀ ଓ ମହିଳା ପ୍ରତିନିଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଆସି ତାଙ୍କ ସହ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ । ବିଦେଶୀ ମହିଳା ପ୍ରତିନିଧି ମୋଦିଙ୍କ ସହିତ ଫଟୋ ଉଠାଇପାରିବେ ବୋଲି ପଚାରିଥିଲେ । ଏହା ଶୁଣି ପ୍ରଧାନମନ୍ତ୍ରୀ ହସି ତାଙ୍କ ସହ ଫଟୋ ଉଠାଇବା ପାଇଁ ଠିଆ ହୋଇଥିଲେ । ଏହାପର ଆଖପାଖରେ ଥିବା ଅନ୍ୟ ପ୍ରତିନିଧିମାନେ ମଧ୍ୟ ମୋଦିଙ୍କୁ ଡାକି ନିଜ ସହ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ। ପ୍ରତିନିଧିମାନଙ୍କ ଉତ୍ସାହ ଦେଖି ମୋଦି ମଧ୍ୟ ସେମାନଙ୍କ ପାଖକୁ ଯାଇ ଗ୍ରୁପ ଫଟୋ ଉଠାଇଥିଲେ ।

    ଭାରତ ୧୨ ଓ ୧୩ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ୧୮ତମ BRICS ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏଥିରେ BRICS ସଦସ୍ୟ ଦେଶଗୁଡ଼ିକର ନେତା ଓ ପ୍ରତିନିଧିମାନେ ଯୋଗ ଦେଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି BRICS ବିଜନେସ ଫୋରମ୍କୁ ସମ୍ବୋଧିତ କରିବା ସହ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆସି ପହଞ୍ଚିଛନ୍ତି । ଦୀର୍ଘ ୭ ବର୍ଷ ପରେ ଭାରତ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    97 %
    Sat
    25 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ