Friday, October 2, 2026
23.8 C
Odisha

    ଆଲିଆ ଭଟ୍ଟଙ୍କ ଡୋଣ୍ଟ ବି ଶାଇର ଟ୍ରେଲର୍ ରିଲିଜ୍

    ଆଗକୁ ପଢନ୍ତୁ

    ଆମାଜନ୍ ପ୍ରାଇମ୍ ଭିଡିଓ ଏହାର ନୂଆ ରୋମାଣ୍ଟିକ୍ କମେଡି ଫିଲ୍ମ ‘ଡୋଣ୍ଟ ବି ଶାଇ’ର ଟ୍ରେଲର୍ ରିଲିଜ୍ କରିଛି । ଏହାକୁ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତାଙ୍କ ଭଉଣୀ ଶାହୀନ୍ ଭଟ୍ଟଙ୍କ ଦ୍ବାରା ‘ଇଟର୍ନାଲ୍ ସନ୍‌ଶାଇନ୍ ପ୍ରଡକ୍ସନ୍ସ’ ବ୍ୟାନରରେ ନିର୍ମିତ । ଶ୍ରୀତି ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର କାହାଣୀ ବନ୍ଧୁତା, ପ୍ରେମ ଏବଂ ଜୀବନର କଠିନ ନିଷ୍ପତ୍ତିକୁ ନେଇ ଆଧାରିତ ।

    ଦର୍ଶକମାନେ ‘ଡୋଣ୍ଟ ବି ଶାଇ’ରେ ୪ ଜଣଙ୍କ ନୂଆ ମୁହଁକୁ ଦେଖିବାକୁ ପାଇବେ । ଏହି ଫିଲ୍ମରେ ଆରୁଷି ବଜାଜ୍, ପୀୟୁଷ ଖାତି, ବିଆଙ୍କା ଆରୋରା ଏବଂ ଅଂଶ ଦୁଗ୍ଗଲଙ୍କୁ ଲିଡ୍ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ । ନିକଟରେ ମେକର୍ସମାନେ ଏକ ଗ୍ରାଣ୍ଡ୍ ଇଭେଣ୍ଟ୍‌ରେ ଫିଲ୍ମର ଦମଦାର ଟ୍ରେଲର୍ ରିଲିଜ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫିଲ୍ମର ଷ୍ଟାରକାଷ୍ଟ୍ ସହ ଆଲିଆ ଭଟ୍ଟ ଏବଂ ଶାହୀନ୍ ଭଟ୍ଟ ମଧ୍ୟ ସାମିଲ ଥିଲେ ।

    ୨ ମିନିଟ୍ ୩୨ ସେକେଣ୍ଡର ‘ଡୋଣ୍ଟ ବି ଶାଇ’ଟ୍ରେଲର୍ ଆରୁଷି ବଜାଜଙ୍କ ଚରିତ୍ର ଶ୍ୟାମଳୀ ଓରଫ୍ ‘ଶାଇ’କୁ ନେଇ ଚାରିପାଖରେ ଘୂରି ବୁଲୁଛି । ‘ଶାଇ’ ବିଶ୍ବାସ କରନ୍ତି ଯେ, ତାକୁ ନିଜ ଜୀବନର ଦିଗ ବିଷୟରେ ଭଲ ଭାବେ ଜଣାଅଛି ଏବଂ ସେ ନିଜ ଭବିଷ୍ୟତ ପାଇଁ ସବୁକିଛି ଭାବିଚିନ୍ତି ଯୋଜନା କରି ରଖିଛି । କିନ୍ତୁ ଯେତେବେଳେ ସମ୍ପର୍କ ଏବଂ ପୁରୁଣା ବନ୍ଧୁତା ପୁଣିଥରେ ତାଙ୍କ ଜୀବନକୁ ଫେରିଆସେ, ସେତେବେଳେ ତାଙ୍କର ସମସ୍ତ ଯୋଜନା ବିଗିଡ଼ିବାକୁ ଲାଗେ । ଆରୁଷି ବଜାଜ୍ ଶ୍ୟାମଳୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯାହାଙ୍କ ଜୀବନ ଧୀରେ ଧୀରେ ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ।

    ଗୋଟିଏ ପଟେ ଅଛନ୍ତି ମୟଙ୍କ, ଯାହାଙ୍କ ଚରିତ୍ରରେ ପୀୟୁଷ ଖାତି ଅଭିନୟ କରିଛନ୍ତି, ଯିଏ ଧନୀ ଏବଂ ଲୋକପ୍ରିୟ। ଅନ୍ୟପଟେ ଅଛନ୍ତି ଧ୍ରୁବ, ଯାହାଙ୍କ ଚରିତ୍ରରେ ଅଂଶ ଦୁଗ୍ଗଲ୍ ଅଭିନୟ କରିଛନ୍ତି । ଧ୍ରୁବ ହେଉଛନ୍ତି ‘ଶାଇ’ଙ୍କ ପିଲାଦିନର ବନ୍ଧୁ, କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା କରନ୍ତି ନାହିଁ  । କଲେଜରେ ବିଆଙ୍କା ଆରୋରାଙ୍କ ଚରିତ୍ର ‘ତାରା’ର ଏଣ୍ଟ୍ରି ପରେ ପରିସ୍ଥିତି ଆହୁରି ଜଟିଳ କରିଥାଏ । ସମ୍ପର୍କରେ ଦ୍ୱନ୍ଦ୍ୱ ବଢ଼ିବା ସହିତ ‘ଶାଇ’ନିଜ ଜୀବନକୁ ପୁଣିଥରେ ସେହି ରାସ୍ତାକୁ ଆଣିବାକୁ ଚେଷ୍ଟା କରେ, ଯାହା ସେ ନିଜ ପାଇଁ ଭାବି ରଖିଥିଲା ।

    ଆଲିଆ ଭଟ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ‘ଡୋଣ୍ଟ ବି ଶାଇ’ର ଟ୍ରେଲର୍ ସେୟାର କରିଛନ୍ତି । କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ଯେ, “ପ୍ରଥମ ପ୍ରେମ, ସବୁଠାରୁ ଭଲ ବନ୍ଧୁ, ହୃଦୟ ଭାଙ୍ଗିବା, ଭୁଲ୍ ନିଷ୍ପତ୍ତି ବଡ଼ ହେବାର ଯାତ୍ରାରେ ଯାହା ସବୁ ଅଂଶ ହୋଇଥାଏ, ଏଥିରେ ସେସବୁ ରହିଛି ।’’ ଏହି ଫିଲ୍ମର ପ୍ରିମିୟର୍ ୨୫ ସେପ୍ଟେମ୍ବରରେ ପ୍ରାଇମ୍ ଭିଡିଓରେ ହେବ । ଗ୍ରୀଷ୍ମା ଶାହ ଏବଂ ବିକେଶ ଭୁଟାନୀ ଫିଲ୍ମର କୋ-ପ୍ରଡ୍ୟୁସର୍ ଅଛନ୍ତି । ଏଥିରେ କୁନାଲ୍ ରୟ କପୁର୍, ଅନୁରାଗ ବାସୁ, ନେହା ଧୂପିଆ ଏବଂ ଅଞ୍ଜୁ ଆଲ୍‌ଭା ନାଇକ୍‌ଙ୍କ ଭଳି ଅଭିନେତାମାନେ ମଧ୍ୟ ନଜର ଆସିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ