Sunday, September 27, 2026
24.7 C
Odisha

    କୁକୁର ଭୁକିବାରୁ ଭୟରେ ଦୌଡ଼ୁଥିଲେ ଭାଇ-ଭଉଣୀ, ଚାପି ଦେଲା ମାଲଗାଡ଼ି

    ଆଗକୁ ପଢନ୍ତୁ

    ଯୋଧପୁର: କୁକୁର ଭୁକିବାରୁ ଭୟରେ ଦୌଡ଼ୁଥିବା ବେ‌ଳେ ଭାଇ-ଭଉଣୀଙ୍କୁ ଚାପି ଦେଲା ମାଲଗାଡ଼ି। ରାଜସ୍ଥାନର ଯୋଧପୁରରେ ଘଟିଛି ଏଭଳି ଘଟଣା। ଆର୍ମି ଚିଲଡ୍ରେନ ଏକାଡେମିରେ ପଢ଼ୁଥିବା ଦୁଇ ସମ୍ପର୍କୀୟ ଭାଇ-ଭଉଣୀ ମାଲଗାଡ଼ି ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। କୁହାଯାଉଛି ଯେ, ଦୁହେଁ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିବା ବେଳେ ସାରନ ନଗର ବନାଡ଼ କ୍ୟାଣ୍ଟ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଆରପି ଏବଂ ମାତା ପୁଲିସ ଷ୍ଟେସନର ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୋଷା କୁକୁର ଭୁକିବା କାରଣରୁ ଉଭୟ ଭାଇ ଓ ଭଉଣୀ ଅତ୍ୟନ୍ତ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଏହି ସମୟରେ ଦୁହିଁଙ୍କୁ ଏକ ମାଲଗାଡ଼ି ଧକ୍କା ହୋଇଥିଲା।

    ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଲୋକ ଶବକୁ ରାସ୍ତାରେ ରଖି ପୋଷା କୁକୁରର ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ‌ଲୋକେ ଅଭିଯୋଗ କରିଥିଲେ ଯେ, ଯେଉଁ ଗଳି ଦେଇ ୨ଜଣ ପିଲା ଆସୁଥିଲେ, ସେ ଗଳି‌ରେ ଜଣେ ଯୁବକ ଏକାଧିକ କୁକୁରକୁ ପାଳିଛନ୍ତି। ଏହି କୁକୁରମାନେ ଯିବାଆସିବା କରୁଥିବା ସମସ୍ତ ଲୋକଙ୍କୁ ଦେଖି ଭୁକନ୍ତି। ଆଜି ତାଙ୍କ କୁକୁର ପାଇଁ ୨ଜଣକ ଜୀବନ ଚାଲିଗଲା।

    ଲୋକଙ୍କ ଏଭଳି ଅଭିଯୋଗ ପରେ ଏବେ କୁକୁରମାନଙ୍କ ମାଲିକ ବିରୋଧରେ ଏତଲା ରୁଜୁ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ