Sunday, August 23, 2026
25.3 C
Odisha

    ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସର କକ୍ଷତ୍ୟାଗ

    ଆଗକୁ ପଢନ୍ତୁ

    ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟପାଳଙ୍କ ଅଭିଭାଷଣର ପ୍ରତିବାଦ ଜଣାଇଛନ୍ତି।

    ନରସିଂହ କହିଛନ୍ତି, ପୂର୍ବରୁ ରାଜା ମହାରାଜାମାନେ ପ୍ରଶଂସା ଶୁଣିବା ପାଇଁ ପାଟ ନିଯୁକ୍ତି କରୁଥିଲେ। ସେପରି ଆଜିର ଦିନରେ ଓଡ଼ିଶା ସରକାର ରାଜ୍ୟପାଳଙ୍କୁ ସେପରି ବ୍ୟବହାର କରୁଛି। ଏହା ଦୁଃଖ ଦାୟକ। ଆମେ ଏହାକୁ ପ୍ରତିବାଦ କରି କକ୍ଷ ତ୍ୟାଗ କରିଥିଲୁ। ତେବେ ଏନେଇ ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

    ସୂଚନାଯୋଗ୍ୟ, ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଦୀର୍ଘସମୟ ଧରି ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ ରଘୁବର ଦାସ। ଦିନ ୧୧ଟାରୁ ରାଜ୍ୟପାଳଙ୍କ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଥିଲା। ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଥିଲେ ରାଜ୍ୟପାଳ।

    ସୂଚନାଯୋଗ୍ୟ,  ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ। ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    95 %
    0.8kmh
    100 %
    Sun
    25 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ