Thursday, April 9, 2026
25.9 C
Odisha

    ୭ ରାଜ୍ୟର ୧୩ ବିଧାନସଭା ଆସନ‌ରେ ଉପ-ନିର୍ବାଚନ: ଜୁଲାଇ ୧୦ରେ ମତଦାନ,୧୩ରେ ଫଳାଫଳ ଘୋଷଣା

    ଆଗକୁ ପଢନ୍ତୁ

    ନୁଆଦିଲ୍ଲୀ: ପଶ୍ଚିମବଙ୍ଗର ୪ ଆସନ ସମେତ ୭ ରାଜ୍ୟରେ ୧୩ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ସୋମବାର ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ମୃତ୍ୟୁ କିମ୍ବା ସିଟିଂ ସଦସ୍ୟଙ୍କ ଇସ୍ତଫା କାରଣରୁ ଖାଲି ପଡ଼ିଥିବା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଜୁଲାଇ ୧୦ ରେ ଏସବୁ ଆସନରେ ମତଦାନ ହେବ ଜୁଲାଇ ୧୩ ରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁ ଆସନଗୁଡ଼ିକରେ ଉପ-ନିର୍ବାଚନ ହେବାକୁ ଯାଉଛି ସେଥିମଧ୍ୟରେ ବିହାରର ରୁପୈଲି, ପଶ୍ଚିମବଙ୍ଗର ରାଇଗଞ୍ଜ, ରଣାଘାଟ ଦକ୍ଷିଣ, ବାଗଦା ଏବଂ ମାଣିକତଲା, ତାମିଲନାଡୁର ବିକ୍ରବଣ୍ଡି, ମଧ୍ୟପ୍ରଦେଶର ଅମରବାଡା ଆସନ ରହିଛି। ସେହିପରି ଉତ୍ତରାଖଣ୍ଡର ବଦ୍ରିନାଥ, ମାଙ୍ଗାଲୋର, ପଞ୍ଜାବର ଜଲନ୍ଦର ପଶ୍ଚିମ, ହିମାଚଳ ପ୍ରଦେଶର ଦେହରା, ହାମିରପୁର ଏବଂ ନାଲାଗଡରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

    ଉପ-ନିର୍ବାଚନ ପାଇଁ ଜୁନ୍ ୧୪ରେ ନିର୍ବାଚନ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଜୁନ୍ ୨୧। ଜୁନ୍ ୨୪ ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବ ଏବଂ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜୁନ୍ ୨୬ । ଉପ-ନିର୍ବାଚନ ପାଇଁ ମତଦାନ ଜୁଲାଇ ୧୦ ରେ ଅନୁଷ୍ଠିତ ହେବ ଏବଂ ଜୁଲାଇ ୧୩ ରେ ଭୋଟ୍ ଗଣନା କରାଯିବ। ଜୁଲାଇ ୧୫ ପୂର୍ବରୁ ଉପ-ନିର୍ବାଚନ ଶେଷ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ