Saturday, October 12, 2024
23.8 C
Odisha

    ବୈଠକରେ ପର୍ଯ୍ୟବେକ୍ଷକଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଓ ଶ୍ରୀ ଭୂପିନ୍ଦର ଯାଦବ ଉପସ୍ଥିତ ରହିବେ: ପ୍ରତାପ ଷଡଙ୍ଗୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୧୦/୦୬: ରାଜ୍ୟର ୨୫ବର୍ଷର କଳା ଶାସନର ଅନ୍ତ ଘଟାଇ ପ୍ରଥମ କରି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଓଡ଼ିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ, ଗଣତନ୍ତ୍ରର ହତ୍ୟାକାରୀ, ସତ୍ୟର କଣ୍ଠରୋଧକାରୀ ଓ ଭ୍ରଷ୍ଟାଚାରର ମୂର୍ତିମନ୍ତ ପାହାଡ ବୋଲି ବିବେଚନା କରାଯାଉଥିବା ନବୀନ ସରକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ ନିଲାମ ଓ ହତ୍ୟା କରିଥିବା ନବୀନ ଶାସନ ବିରୋଧରେ ୨୦୨୪ରେ ଜନଶକ୍ତି ଓ ପ୍ରଜାଶକ୍ତି ଜାଗ୍ରତ ହେବା ଏକ ଐତିହାସିକ ଘଟଣା । ଏହା ଦ୍ୱାରା ଲୋକତନ୍ତ୍ରର ବିଜୟ ହୋଇଛି । ଏହି ଘଟଣା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପାଲ୍ୟାମେଂଟ ଏବେ ବିଜେଡି ମୁକ୍ତ ହୋଇଛି ଓ ବିଜେପି ପୂର୍ଣ୍ଣବହୁମତରେ ସରକାର ପ୍ରତିଷ୍ଠା କରିଛି । ପ୍ରଶାସକ ହାତରେ କ୍ଷମତା ସମର୍ପି ଥିବା ନବୀନ ସରକାର ହତାଶ୍ ହୋଇବସିଛନ୍ତି ଓ ପ୍ରଶାସକ ମହୋଦୟ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ଭିକାରୀର ବୈରାଗ ହେବାର କୌଣସି ଅର୍ଥ ନାହିଁ । ପ୍ରଶାସନିକ ଅଧିକାରୀ କୌଣସି ରାଜନେତା କିମ୍ବା ଜନନାୟକ ନଥିଲେ ସେ ନବୀନଙ୍କ ଆଶୀର୍ବାଦରେ ବଳିୟାନ ହୋଇଥିଲେ । ଅନ୍ଧକାରର ବିନାଶ ହୋଇ ଆଲୋକର ପର୍ବ ଆରମ୍ଭ ହେଉଛି । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର ଗଠନ” ହେଉଛି । ଏଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ନିଜ ଘରେ, ମନ୍ଦିରଗୁଡିକରେ ଦୁଇଟି ଲେଖାଏଁ ଦୀପ ଜାଳି ସରକାର ପରିବର୍ତନର ଖୁସି ମନାନ୍ତୁ । ସେଥିରୁ ଗୋଟିଏ କେନ୍ଦ୍ରରେ ତୃତୀୟଥର ମୋଦି ସରକାର ଗଠନ ପାଇଁ ଓ ଅନ୍ୟଟି ରାଜ୍ୟରେ ପ୍ରଥମଥର ବିଜେପି ସରକାର ଗଠନ ପାଇଁ ଜଳାନ୍ତୁ ବୋଲି ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ଆସନ୍ତାକାଲି ୪ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପର୍ଯ୍ୟବେକ୍ଷକଭାବେ ମାନ୍ୟବର ରାଜନାଥ ସିଂ ଓ ଭୂପିନ୍ଦର ଯାଦବ ଉପସ୍ଥିତ ରହିବେ । ଏହାପରେ ମାନ୍ୟବର ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକମାନେ ଯିବେ । ଆସନ୍ତା ୧୨ତାରିଖରେ ଦିନ ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ମାନ୍ୟବର ପ୍ରଧାନମନ୍ତ୍ରୀ ୨ଟା ୩୦ରେ ବିମାନବନ୍ଦରରେ ପହଂଚିବେ ଓ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ଏହାପରେ ସନ୍ଧ୍ୟା ୫ଟାରେ ଜନତା ମଇଦାନରେ ବିଶାଳକାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ସୋସିଆଲ ମିଡିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    88 %
    1.8kmh
    60 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ