Sunday, June 23, 2024
31.1 C
Odisha

    ସାରାଦେଶରେ ଲାଗୁ ହେଲା ସମାନ ନାଗରିକତା ସଂଶୋଧନ ଅଧିନିୟମ, ଅଣ ହିନ୍ଦୁଙ୍କୁ ମିଳିବ ନାଗରିକତ୍ୱ ।

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଉ ଏକ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଆଜିଠାରୁ ଲାଗୁ ହୋଇଛି ସିଏଏ ବା ନାଗରିକତା ସେଂଶୋଧନ ଆଇନ । ଏ ନେଇ ଆଜି ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁ ଭାରତର ନାଗରିକ ହୋଇପାରିବେ । ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ୨୦୧୯ ଲୋକସଭା ନିର୍ବାଚନ ପୁର୍ବରୁ ଘୋଷଣାପତ୍ରରେ ସିଏଏକୁ ସାମିଲ କରିଥିଲା ବିଜେପି । ଏହାକୁ ଦଳ ବଡ ପ୍ରସଙ୍ଗ କରିଥିଲା ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଆଉ ଏଥିଲାଗି କେନ୍ଦ୍ର ସରକାର ବିଜ୍ଞପ୍ତି ଆଣି ସିଏଏ ଲାଗୁ କରିଛନ୍ତି । ନାଗରିକାତ ସଂଶୋଧନ ଆଇନରେ ମୁସଲମାନଙ୍କୁ ବାଦ ଦେଲେ ୩ ମୁସଲମାନ ବହୁଳ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆସିଥିବା ସଂଖ୍ୟାଲଘୁୁ ଭାରତୀୟ ନାଗରିକ ହୋଇପାରିବେ । ଏଥିପାଇଁ ୧୯୫୫ର ଆଇନର ସଂଶୋଧନ କରାଯାଇଛି । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ଶରଣାର୍ଥୀ ଆସିଛନ୍ତି ସେମାନେ ଭାରତୀୟ ନାଗରିକ ହୋଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.1 ° C
    31.1 °
    31.1 °
    65 %
    1.3kmh
    36 %
    Sun
    35 °
    Mon
    35 °
    Tue
    35 °
    Wed
    36 °
    Thu
    32 °

    ସମ୍ବନ୍ଧିତ