Saturday, July 27, 2024
25.7 C
Odisha

    ଆନନ୍ଦବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଜଧାନୀରେ ମିଳିବ ଜଙ୍ଗଲ ବୁଲିବାର ମଜା । ରାଜ୍ୟବାସୀଙ୍କ ପାଇଁ ଆନନ୍ଦ ବନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଗର ବନଖଣ୍ଡ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଓ ଓଏମସିର ମିଳିତ ସହଯୋଗରେ ଏହାର ଉନ୍ନତୀକରଣ କାର୍ଯ୍ୟ କରାଯାଇଛି । କଳିଙ୍ଗନଗର କେ-୭ ଅଞ୍ଚଳରେ ୯୦ ଏକର ଜମିରେ ରହିଛି ଏହି ଜଙ୍ଗଲ । ଗୋଟିଏ ପଟେ ରହିଛି ୬୦ ଏକର ଜଙ୍ଗଲ ଓ ଅନ୍ୟ ପଟେ ୩୦ ଏକର ଜଙ୍ଗଲ । ଉଭୟ ପାଶ୍ୱର୍କୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ଫୁଟ୍ ଓଭରବ୍ରିଜ୍ । ଆନନ୍ଦ ବନରେ ରହିଛି ୫ଟି ଗେଟ୍ । ସକାଳ ୫ଟାରୁୁ ଦିନ ୧୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହା ଖୋଲା ରହିବ । ଏଠାରେ ସାଇକେଲିଂ ସହ, ଜଙ୍ଗଲ ବୁଲିବାର ମଜା ନେଇ ପାରିବେ ଲୋକେ । ଶୌଚାଳୟ, ଫୁଡ ଜୋନ, ବର୍ଷା ଆଶ୍ରୟସ୍ଥଳ, ପାର୍କିଂ ଭଳି ବ୍ୟବସ୍ଥା ରହିଛି । ଜଙ୍ଗଲ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ୨୦୧୧-୧୨ ମସିହାରେ ଏଠାରେ ବୃକ୍ଷ ରୋପଣ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ