Thursday, April 2, 2026
25.4 C
Odisha

    ରାଜ୍ୟ କ୍ୟାବିନେଟ ଅନୁମୋଦନ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଆଜିର କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ। ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟର ନିଷ୍ପତ୍ତି ନେଇଛି। ଏଥି ସହିତ ହୋ,ମୁଣ୍ଡାରୀ,ସଉରା ଓ କୁଇ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନେଇ ଦାବି ଦୋହରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଆଦିବାସୀ ଜମି କିଣାବିକା ନେଇ ପୂର୍ବ କ୍ୟାବିଟେନର ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ କିଛି ଦିନପରେ ପୁଣି ପ୍ରତ୍ୟାହାର କରାଯାଇଥିଲା। ସେହି ନିଷ୍ପତ୍ତିକୁ ଆଜି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି। ନଭେମ୍ବର ୧୪ ରାଜ୍ୟ କ୍ୟାବିନେଟ ବୈଠକରେ ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବିବାଦୀୟ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ ହେବାପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ