Friday, October 2, 2026
23.8 C
Odisha

    ବଡଖବର; ବିଧାନସଭା ଭଙ୍ଗ ପାଇଁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ପାରିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଶେଷ ହୋଇଛି। ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି। RP actର ଧାରା ୨୭୦ ଅନୁସାରେ କ୍ୟାବିନେଟ ନିଷ୍ପତି ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଜୁନ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାରଙ୍କ କାର୍ଯ୍ୟକାଳ। ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବ। ଭୋଟ୍‌ ଗଣତି ପୂର୍ବରୁୁ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଭୋଟ୍‌ ଗଣତି ପରେ ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବେ। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ, ଜୁନ୍ ୪ରେ ଭୋଟ୍‌ ଗଣତି ରହିଛି। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ପୂରଣ ନେଇ ଅବଗତ କରାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ