Tuesday, September 8, 2026
24.3 C
Odisha

    କାନାଡାସ୍ଥିତ ଗ୍ୟାଙ୍ଗ୍‌ଷ୍ଟର୍‌ ଲଖବୀର ସିଂହ ଲାଣ୍ଡାଙ୍କୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର ଗୃହମନ୍ତ୍ରାଳୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କାନାଡାରେ ରହୁଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଲଖବୀର ସିଂହ ଲାଣ୍ଡାଙ୍କୁ ଶୁକ୍ରବାର ଦିନ ଜାରି କରିଥିବା ବିଜ୍ଞପ୍ତିରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆତଙ୍କବାଦୀ ବୋଲି ଘୋଷଣା କରିଛି। ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌’ (ପ୍ରିଭେନ୍‌ସନ୍‌) ଆକ୍ଟ୍‌’ (ୟୁଏପିଏ) ଆଇନ ଅନୁଯାୟୀ ପଳାତକ ତଥା ‘ବାବ୍ବର୍‌ ଖଲ୍‌ସା ଇଣ୍ଟର୍‌ନ୍ୟାସ୍‌ନାଲ୍‌’ର (ବିକେଆଇ) ନେତା ଲଖବୀରଙ୍କୁ ‘ଡେଜିଗ୍‌ନେଟେଡ୍‌ ଟେରରିଷ୍ଟ୍‌’ ଘୋଷଣା କରାଯାଇଛି ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ପଞ୍ଜାବ ଅନ୍ତର୍ଗତ ତରନ ତାରନ ଜିଲ୍ଲାର ମୂଳ ବାସିନ୍ଦା ଲଖବୀର ଗତ କେତେ ବର୍ଷ ହେବ ଯାଇ କାନାଡାରେ ରହୁଛନ୍ତି। ଭାରତ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରେ ସେ ସମ୍ପୃକ୍ତ ଥିବା କଥା ଜଣାପଡ଼ିଛି।

     

    ‘ସିକ୍ୟୁରି‌ଟି ଏଜେନ୍‌ସି’ମାନେ କରିଥିବା ତଦନ୍ତରୁ ଜଣାପଡ଼ିଛି ଯେ, ସଂଗଠିତ ଅପରାଧ ଓ ଆତଙ୍କବାଦ ସମ୍ପୃକ୍ତି ଉପରେ ଗୁରୁତ୍ବାରୋପ କରି ଆଡ୍ଡା ଓ ଆତ୍ମଗୋପସ୍ଥଳ ସ୍ଥାପନା କରିଥିବା ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ସହିତ ଲଖବୀର ସିଂହ ଲାଣ୍ଡାଙ୍କର ନିବିଡ଼ ସମ୍ପର୍କ ରହିଛି। ୨୦୧୭ରେ କାନାଡାକୁ ଚାଲିଯିବା ପରେ ଲାଣ୍ଡା ଭାବେ ସୁପରିଚିତ ଲଖବୀନ୍ଦର୍‌ ସିଂହ ‘ବିକେଆଇ’ର ପ୍ରମୁଖ ସଦସ୍ୟ ହୋଇଗଲେ। ‘ବିକେଆଇ’ର ଆତଙ୍କବାଦୀ ହରୱିନ୍ଦର୍‌ ସିଂହ ସାନ୍ଧୁ ଓରଫ୍‌ ରିଣ୍ଡାଙ୍କ ପାଖେ ପାଖେ ରହି ସେ କେତେଗୁଡ଼ିଏ ଆତଙ୍କବାଦ ଘଟଣା ସଂରଚନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.3 ° C
    24.3 °
    24.3 °
    91 %
    1.6kmh
    37 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    29 °

    ସମ୍ବନ୍ଧିତ