Friday, May 17, 2024
36.4 C
Odisha

    ଚାଲିଛି ରାଜ୍ୟ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କ ବୈଠକ

    ଆଗକୁ ପଢନ୍ତୁ

    ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ବିଜେପିର ପଦାଧିକାରୀ ବୈଠକ । ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ଚାଲିଛି । ଏଥିରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସାଂସଦ ଜୁଏଲ ଓରାମ ଓ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ପଦାଧିକାରୀ ବୈଠକରେ ହେବାକୁ ଥିବା ନିଷ୍ପତ୍ତିକୁ ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ହେବ । ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବା ପାଇଁ ତିଆରି ହୋଇପାରେ ବ୍ଲୁ ପ୍ରିଣ୍ଟ୍ । ସେହିପରି ଆସନ୍ତାକାଲି ସଂଯୁକ୍ତ ମୋର୍ଚ୍ଚାର ବୈଠକ ବସିବ । ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ବିଜେପିି ସମାନ ଫର୍ମୁଲା ଆପଣାଇବ ବୋଲି କୁହାଯାଉଛି । ଜାନୁଆରୀ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ