Thursday, March 19, 2026
20.8 C
Odisha

    ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି; ଏଥର ବି ଝୁଲିରହିଲା କଟକର ୨ ଆସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା‌ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏଥର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। କେଉଁ ପ୍ରାର୍ଥୀଙ୍କ ନାମ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ ଘୋଷଣା ହୋଇଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।ବିଜେପି ସାର୍ବଜନୀନ କରିଥିବା ତାଲିକା ଅନୁଯାୟୀ ରାଉରକେଲାରୁ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଜଗତ୍‌ସିଂହପୁର ବିବାଦ ମଧ୍ୟରେ ଅମରେନ୍ଦ୍ର ଦାସଙ୍କୁ ସୁଯୋଗ ମିଳିଛି। ଚିତ୍ରକୋଣ୍ଡାରୁ ଡମ୍ବରୁ ଶିସା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ବାଲିକୁଦା – ଏରସମାରୁ ସତ୍ୟ ସାରଥୀ ମହାନ୍ତିଙ୍କ ନାମ ଘୋଷଣା ହୋଇଛି।

    ଏଥର ବି କଟକର ୨ଟି ଆସନ ଝୁଲି ରହିଛି। ବାରବାଟୀ-କଟକ ଓ ସାଲେପୁର ପାଇଁ ଦଳ କାହାର ବି ନାମ ଘୋଷଣା କରିନାହିଁ। କଟକର ୨ ଆସନ ପରି ଜୟପୁରର ଆସନ ବି ଝୁଲି ରହିଛି। ତେବେ କୋରାପୁଟ ଜିଲ୍ଲା ପଟାଙ୍ଗୀର ପ୍ରାଥୀ ବଦଳିଛନ୍ତି। ଚୈତନ୍ୟ ହନ୍ତଳଙ୍କ ବଦଳରେ ଚୈତନ୍ୟ ନନ୍ଦିବଲିଙ୍କୁ ସୁଯୋଗ ମିଳିଛି। ସେହିପରି ରଣପୁରରୁ ତାପସ ମାର୍ଥାଙ୍କ ଟିକେଟ ବଦଳରେ ସୁରମା ପାଢ଼ୀଙ୍କୁ ଟିକେଟ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ