Sunday, October 4, 2026
28.6 C
Odisha

    ବରସୁଆଁ ଲୌହ ଖଣିରେ ସିବିଆଇ ଚଢ଼ଉ

    ଆଗକୁ ପଢନ୍ତୁ

    କୋଇଡ଼ା: ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହ ପଥର ଖଣି ବାରସୁଆଁ ଭେଲି ଟେଲିଙ୍ଗଡ୍ୟାମ୍ ରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆଁ ଖଣି ପକ୍ଷରୁ ଷ୍ଟାକ୍ ପ୍ରସ୍ତୁତ କରାଯାଇ ଥାଏ | ପରେ ସ୍ଥାନୀୟ କୋଇଡ଼ା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟାକ୍ ର ମାନ ନିରୂପଣ କରି ସେଲ୍ ପକ୍ଷରୁ ଉକ୍ତ ଷ୍ଟାକ୍ ବାବଦ ରାଜସ୍ୱ ପୈଠ କରାଯିବା ପରେ ଉକ୍ତ ଷ୍ଟାକ୍ କୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇ ଥାଏ। ତେବେ ଅନେକ ସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକ୍ କୁ ଉଚ୍ଚ ମାନର ଦର୍ଶାଯାଇଥିବା ବେଳେ ଉକ୍ତ ଷ୍ଟାକ୍ କୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆଁ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରିଚାଲିଥିଲେ।

    ଉକ୍ତ ବିଷୟ ସେଲ୍ ର ଭିଜିଲାନ୍ସ ବିଭାଗ ନଜରରେ ଆସିବା ଏବଂ ଏଥିରେ ଶହ ଶହ କୋଟି ଟଙ୍କାର ହେର୍ ଫେର ହୋଇଥିବାରୁ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇକୁ କେଶ୍ ହସ୍ତାନ୍ତର କରାଯାଇଥିଲା ଯାହା ଫଳରେ ଏବେ ୩ ଦିନ ହେବ ସିବିଆଇ ପକ୍ଷରୁ ଉକ୍ତ ଘଟଣା ସମ୍ପର୍କରେ ବରସୁଆଁ ଲୌହ ଖଣି ଟେନସା ସ୍ଥିତ କାର୍ଯ୍ୟାଳୟରେ ସମସ୍ତ ଖୋଳତାଡ ଜାରିରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡକା ଯାଇଛି।
    ଏଥିରେ ପୂର୍ବତନ ଇଡି ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଲ ଓ ପି.ସି ବରୁଆଙ୍କୁ ଜେରାର ସମ୍ମୁଖୀନ ହେବେ ବୋଲି ଜଣା ପଡ଼ିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ