Sunday, October 4, 2026
28.6 C
Odisha

    ଭୁବନେଶ୍ୱର ଆଇଆଇଟିର ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ!

    ଆଗକୁ ପଢନ୍ତୁ

    ଜଟଣୀ: ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି।
    ସୂଚନା ଅନୁଯାୟୀ, ଛାତ୍ରୀଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ସେଠାରେ ଛାତ୍ରୀ ଜଣଙ୍କ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ପରେ ରିତିକାଙ୍କୁ ତତକ୍ଷଣାତ୍ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ସେନେଇ କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ