Saturday, September 19, 2026
24.6 C
Odisha

    ଅଙ୍ଗନବାଡି ଛାତର ପ୍ଲାଷ୍ଟର୍ ଖସିଲା, ଅଳ୍ପକେ ବର୍ତ୍ତିଲେ କୋମଳମତୀ ଶିଶୁ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ସୁଦର୍ଶନପୁରେ ଗ୍ରାମପଞ୍ଚାୟତର ଜାମବଣୀ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି କୁନିକୁନି ଶିଶୁମାନେ ଥିବା ସମୟରେ ଛାତରୁ ସିମେଣ୍ଟ ଅତଡା(ପ୍ଲାଷ୍ଟର) ଖସିଥିଲା। ତେବେ ସେଠାରେ ଥିବା କୁନିକୁନି ଶିଶୁ, କର୍ମୀ ଓ ସହାୟିକା ଅଳ୍ପକେ ବର୍ତ୍ତିଯାଇଛନ୍ତି।
    ସୂଚନା ଅନୁସାରେ ଅଙ୍ଗନବାଡ଼ି କେନ୍ଦ୍ରଟି ପ୍ରାୟ ୩୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା। ପୂରୁଣା ହୋଇଯିବା ଯୋଗୁଁ ଛାତ ଓ କାନ୍ଥର ପ୍ଲାଷ୍ଟର ବାରମ୍ବାର ଖସୁଥିଲା। ଏନେଇ ଗ୍ରାମବାସୀ ଓ ଅଙ୍ଗନବାଡ଼ିର କର୍ମଚାରୀମାନେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଆଜି ଛାତର ଏକ ବିଶାଳ ସିମେନ୍ଟର ପ୍ଲାଷ୍ଟର ହଠାତ୍ ଖସିପଡ଼ିଥିଲା। ସେହିସ୍ଥାନରେ କେହି ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ଷାଦିନରେ ସେହି ଛାତରୁ ପାଣି ଗଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହାବ୍ୟତିତ ରୋଷେଇ ଗୃହର ଅବସ୍ଥା ମଧ୍ୟ ନକହିବା ଭଲ। ସେଥିରୁ ମଧ୍ୟ ବିଭିନ୍ନ ସମୟରେ ପ୍ଲାଷ୍ଟର ଖସି ରୋଷେଇ ହେଉଥିବା ସୁଷମ ଖାଦ୍ୟରେ ମଧ୍ୟ ପୂର୍ବରୁ ପଡିଥିବା ସୂଚନା ମିଳିଛି।ତେବେ କିଛି ମାସ ପୂର୍ବରୁ କୁସୁମୀ ବ୍ଲକ୍‌ର ଜୟପୁର ଗ୍ରାମର ଅଜ୍ଞନବାଡ଼ି କେନ୍ଦ୍ରରେ ଏଏନ୍‌ଏମ୍‌ କର୍ମୀ ଅନିତା ରଣା ଓ ତାଙ୍କୁ ସହଯୋଗ କରୁଥିବା ତାଙ୍କ ସ୍ୱାମୀ ସେହି ଅଂଚଳର ଶିଶୁ ଓ ମା’ମାନଙ୍କୁ ଟୀକାକରଣ କରୁଥିବା ବେଳେ ହାଠାତ୍ ଛାତରୁ ସିମେନ୍ଟ ଖସି ପଡିଥିଲା। ସେହି ସମୟରେ ଶିଶୁ, ମା’ ଓ ଅଙ୍ଗନବାଡି କର୍ମୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏଏନ୍‌ଏମ୍ ଶ୍ରୀମତୀ ରଣା ଓ ତାଙ୍କୁ ସହଯୋଗ କରୁଥିବା ତାଙ୍କ ସ୍ୱାମୀଙ୍କ ଉପରେ ଛାତର ସିମେନ୍ଟ ଅତଡା ଖସିବାରୁ ଲହୁଲୁହାଣ ହୋଇଯାଇଥିଲେ। ଗ୍ରାମର ଆଶା କର୍ମୀ ଜ୍ୟୋତ୍ସ୍ନା ନାୟକ ଓ ସ୍ଥାନୀୟ ବାସିନ୍ଦା ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ