Sunday, September 20, 2026
24.6 C
Odisha

    ଆଣ୍ଡାମାନରୁ ଆସୁଛି ବାତ୍ୟା, ୨୨ରୁ ୨୫ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: Heavy Rain ଆଣ୍ଡାମାନରୁ ଆସୁଛି ବାତ୍ୟା । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ । ୨୧ରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ହୋଇପାରେ ! ବଙ୍ଗୋପସାଗରରେ ଘନୀଭୂତ ହେବ ସିଷ୍ଟମ୍ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମୁହାଁ ହେବ ସିଷ୍ଟମ୍ । ୨୩ ତାରିଖରେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ । ବଙ୍ଗୋପସାଗରରେ ବଢ଼ିବ ଶକ୍ତି । ସମୁଦ୍ରରୁ ବଳ ଗୋଟାଇ ବାତ୍ୟାର ରୂପ ନେଇପାରେ। କିଛି ଘରୋଇ ପାଣିପାଗ ସଂସ୍ଥା ଏପରି ଆକଳନ କରିଛନ୍ତି । ତେବେ ଇଏମଡି ଏଯାଏଁ କୌଣସି ଆକଳନ କରି ନାହିଁ । ଏହାର ପ୍ରଭାବରେ ଓଡ଼ିଶାରେ ୨୨ରୁ ୨୫ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

    ଆଣ୍ଡମାନ ସାଗରରେ ଲଘୁଚାପ । ବଙ୍ଗୋପସାଗରରେ ହେବ ଘନୀଭୂତ । ଧୀରେ ଧୀରେ ଓଡ଼ିଶା ଉପକୂଳକୁ ମୁହାଁଇବ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବ ଏହି ପାଣିପାଗ ସିଷ୍ଟମ । ୨୧ ବେଳକୁ ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଏକ ଅବପାତରେ ପରିଣତ ହୋଇପାରେ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ପରୂପ ନେବା ସମ୍ଭାବନା । ଗଭୀର ଅବପାତରେ ପରିଣତ ହେବା ପରେ ମଧ୍ୟ ଏହି ସିଷ୍ଟମ୍ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖିବ ।

    ୨୩ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ ପରବର୍ତ୍ତୀ ସମୟରେ ଅଧିକ ସ୍ପଷ୍ଟ ହେବ । ତେବେ ୨୨ ରୁ ୨୫ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ଏହି ଦିନଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣଂ ରହିଛି । ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଜୋନରେ ରଖିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ