Sunday, October 4, 2026
28.6 C
Odisha

    ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷାରେ ଉତ୍କର୍ଷତା ପୁରସ୍କାର

    ଆଗକୁ ପଢନ୍ତୁ

    କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ୨୧ ଜୁଲାଇ ୨୦୨୪ରେ ସରକାରୀ ଉପଲବ୍ଧି ଓ ଯୋଜନା ଏକ୍ସପୋ-୨୦୨୪ରେ “ଉତ୍କୃଷ୍ଟ ଉଚ୍ଚଶିକ୍ଷା ପ୍ରଦାନ” ବର୍ଗରେ ପ୍ରଥମ ପୁରସ୍କାର ହାସଲ କରି ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି। ଏନଏନଏସ ମିଡିଆ ଗ୍ରୁପ ଦ୍ୱାରା ଆୟୋଜିତ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଏହି ଏକ୍ସପୋରେ ସିୟୁଓ ଏହି ପୁରସ୍କାର ହାସଲ କରିଛି । ଏହି ଏକ୍ସପୋ ଜୁଲାଇ ୨୦ରୁ ୨୨, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି ଏବଂ ଏଥିରେ ଦେଶର ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଦ୍ଵାରା ବିଭିନ୍ନ ଉପଲବ୍ଧି ଏବଂ ପଦକ୍ଷେପକୁ ପ୍ରଦର୍ଶିତ କରାଯାଉଅଛି ।

    ସିୟୁଓ ପ୍ରତିନିଧି ଦଳରେ ଡ. ଗୁରଜିତ୍ ସିଂହ ୱାଲିଆ (ଆସୋସିଏଟ୍ ପ୍ରଫେସର ଓ ମୁଖ୍ୟ, ପରିସଂଖ୍ୟାନ ବିଭାଗ, ସଂଯୋଜକ), ଡ. ଜ୍ୟୋତିସ୍କା ଦତ୍ତ (ସହକାରୀ ପ୍ରଫେସର, ଗଣିତ ବିଭାଗ, ସହ ସଂଯୋଜକ), ଡ. ରବିତା ପାଠକ (ସହକାରୀ ପ୍ରଫେସର, ଶିକ୍ଷା ବିଭାଗ, ସଦସ୍ୟ) ଏବଂ ଡ. ଏଲିସା ମହାନ୍ତି (ସହକାରୀ ପ୍ରଫେସର, ସମାଜବିଜ୍ଞାନ ବିଭାଗ, ସଦସ୍ୟ) ଏହି ପ୍ରଦର୍ଶନୀରେ ସାମିଲ ହୋଇଥିଲେ। ଏହି ଟିମ୍ ମାନ୍ୟବର ମନ୍ତ୍ରୀ, ଆଇଆଇଟି ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଶିକ୍ଷାନୁଷ୍ଠାନର ପ୍ରତିନିଧି, ଗଣମାଧ୍ୟମ କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ।

    ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ନେତୃତ୍ବରେ ବିଶ୍ୱବିଦ୍ୟାଳୟର ଗବେଷଣା ପ୍ରୟାସ ଏହି ପ୍ରଦର୍ଶନୀରେ ମୁଖ୍ୟ ଆକର୍ଷଣ ଥିଲା। ସିୟୁଓର ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ)କୁ ପାରମ୍ପରିକ କ୍ରିଡା ମହୋତ୍ସବ ଏବଂ ସନ୍ଥ କବି ଭୀମ ଭୋଇଙ୍କ ଉପରେ ଆନ୍ତର୍ଜାତିକ ସେମିନାର ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହିତ କରିବା ପାଇଁ ଉଲ୍ଲେଖନୀୟ କାର୍ଯ୍ଯକ୍ରମକୁ ସମସ୍ତଙ୍କ ଆଗ୍ରହ ସୃଷ୍ଟି କରିଥିଲା । କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରେ ସିୟୁଓ ପକ୍ଷରୁ ଆୟୋଜିତ ‘ସାକ୍ଷରତା ଅଭିଯାନ’ ଏହି କାର୍ଯ୍ୟକ୍ରମରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଇଥିଲା। ଏହାବ୍ୟତୀତ ହଷ୍ଟେଲ ବୋର୍ଡର୍ସଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା, ଯାହା ସାମାଜିକ-ଅର୍ଥନୈତିକ ଅନଗ୍ରସର ପୃଷ୍ଠଭୂମିର ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ଫି ଛାଡ଼ ପ୍ରଦାନ କରେ, ଉଚ୍ଚ ପ୍ରଶଂସିତ ହୋଇଥିଲା ଏବଂ ସିୟୁଓର ଏହି ମଡେଲ କୁ ଅନ୍ୟ ଅନୁଷ୍ଠାନରେ କାର୍ଯ୍ୟକାରୀ କରିବା ବିଷୟରେ ଆଲୋଚିତ ହୋଇଥିଲା।

    କୁଳପତି ପ୍ରଫେସର ତ୍ରିପାଠୀ ଏହି ସଫଳତା ଏବଂ ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱବିଦ୍ୟାଳୟ ସମୁଦାୟ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଥିଲେ । ସେ ଆଶାବ୍ୟକ୍ତ କରିଥିଲେ ଯେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ମାର୍ଗଦର୍ଶନ ଓ ସହଯୋଗ ମାଧ୍ୟମରେ ଏହି ବିଶ୍ୱବିଦ୍ୟାଳୟ ସଫଳତାର ନୂତନ ଶିଖରରେ ପହଞ୍ଚିବ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ