Sunday, October 4, 2026
28.6 C
Odisha

    ସମସ୍ତ କାର୍ଯ୍ୟ ଦିବସ କିଭଳି କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବି: ବାଚସ୍ପତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ବସିଛି। ଆସନ୍ତା କାଲି ରାଜ୍ୟପାଳଙ୍କ ଅଭିଭାଷଣ ଆଧାରରେ ଆରମ୍ଭ ହେବ ବିଧାନସଭା କାର୍ଯ୍ୟ। ବିଧାନସଭା ତାର ନିର୍ଦ୍ଧାରିତ ସମୟ ସମ୍ପୂର୍ଣ୍ଣ କରିବ ବୋଲି କଥା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଚଳିତ ବିଧାନସଭା ୨୨ ଜୁଲାଇରୁ ଆରମ୍ଭ ହୋଇ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସମସ୍ତ କାର୍ଯ୍ୟ ଦିବସ କିଭଳି କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବି। ଏହା ସହ ବିରୋଧୀଙ୍କ ବିରୋଧାଭାସ ସାଙ୍ଗକୁ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କର ଅଂଚଳର ବିକାଶ ପାଇଁ ସମସ୍ତଙ୍କ ଗଠନମୂଳକ ପ୍ରତିକ୍ରିୟା ଶୁଣିବା ପ୍ରତିଶ୍ରୁତି ଦେଇଛନ୍ତି।

    ବିଧାୟକ ଦଳ ନେତା ଚୟନ ପରେ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୁଁ ରାମଚନ୍ଦ୍ର କାଡାମଙ୍କ ଚୟନକୁ ସ୍ଵାଗତ କରୁଛି। ସେ ଜଣେ ଉଚ୍ଚ ଶିକ୍ଷିତ। ଏଆଇସିସି ଯାହା ନିଷ୍ପତି ହେବ ତାହାକୁ ଆମେ ଗ୍ରହଣ କରିବୁ। ଆମେ ଦଳକୁ ବହୁମତରେ ଜିତାଇବୁ। ତାପରେ ଯାହା ଦଳ ନିଷ୍ପତ୍ତି ନେବ ତାହାକୁ ମଧ୍ୟ ଗ୍ରହଣ କରିବୁ। ମୁଁ କୌଣସି ପଦବି ପାଇଁ ଲବି କରିନି। ମୁଁ କାହାକୁ ଜାଣିନି, ମୁଁ କଂଗେସକୁ ସମର୍ଥନ କରେ। ସମସ୍ତ କମିଟି ଭାଙ୍ଗିବା କଂଗ୍ରେସ ପାଇଁ ଭଲ ପଦକ୍ଷେପ। ମୁଁ ଏହି ନିଷ୍ପତ୍ତିକୁ ସ୍ଵାଗତ କରୁଛି। ଏହି ନିଷ୍ପତି ଫଳରେ କଂଗେସ ଭବିଶ୍ୱତ ଆହୁରି ଉଜ୍ବଳ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ