Monday, April 6, 2026
23.6 C
Odisha

    ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାର ଗାରିମା ବଖାଣିଛନ୍ତି।

    ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡ଼ିଶାର ବରପୁତ୍ରମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ। ଫେବ୍ରୁଆରି ୩ ତାରିଖରେ ଆୟୋଜିତ ହେବାକୁ ଯାଉଛି ଓଡିଆ ଭାଷା ସମ୍ମିଳନୀ, ଯାହା ସାରା ଓଡ଼ିଆ ଜାତି ପାଇଁ ଗୌରବର କଥା। ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ। ଏହାକୁ ଯେତେ ଅଧିକ ବ୍ୟବହାର କରିବା ଏହା ସେତେ ସମୃଦ୍ଧ ହେବ। ଏହି ଦିଗରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

    ୩୦ କୋଟି ଟଙ୍କା ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମାଣ ହୋଇଛି। ଏହାର ନିର୍ମାଣ କାମ ୪ ବର୍ଷରେ ସରିଛି। ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ୁଛନ୍ତି ୭୧ ଛାତ୍ରଛାତ୍ରୀ। ଏହାକୁ ଆହୁରି ବିସ୍ତୃତ କରିବାକୁ କାମ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ