Sunday, October 4, 2026
24.3 C
Odisha

    ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀ  ୩୦ ତାରିଖରେ ଝାଡ଼ଖଣ୍ଡ ପହଞ୍ଚିବା ପରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ। ସେଠାରେ ନିର୍ବାଚନ ପୂର୍ବରୁ ଆୟୋଜିତ ହେଉଥିବା ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

    ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଚାଇଁବାସାର କୋଲ୍‌ହାନ୍ ଯିବେ। ସେଠାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ।

    ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗତକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଥିଲେ । ହିମନ୍ତ ବିଶ୍ୱଶର୍ମା ଝାଡ଼ଖଣ୍ଡ ବିଜେପିର ସହ ପ୍ରଭାରୀ ଅଛନ୍ତି।

    ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା କରାଯାଇନାହିଁ। ତେବେ ବିଜେପି ପକ୍ଷରୁ ରାଜ୍ୟରେ  ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ