Sunday, October 4, 2026
24.3 C
Odisha

    କିଏ ସତ କହୁଛି ଜଣାପଡ଼ିବ: ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଗୁଜରାଟ ଯିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ କାଲି କ୍ରାଇମବ୍ରାଞ୍ଚ ଟିମ୍ ଗୁଜରାଟ ଯିବ। ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ହେବ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଗୁଜରାଟର ଗାନ୍ଧିନଗରକୁ ନେବେ।

    ଏହି ସବୁ ରିପୋର୍ଟ ଆସିବା ପରେ ତଦନ୍ତକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି। ଅନୁସନ୍ଧାନରେ ମଧ୍ୟ ଅଗ୍ରଗତି ହେବ।  କିଏ ସତ କହୁଛି, କିଏ ମିଛ କହୁଛି ତାହା ଜଣାପଡ଼ିବ।

    ସୂୁଚନାଯୋଗ୍ୟ,ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଭରତପୁର ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କୁ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। ତେଣୁ ସାକ୍ଷୀ ଭାବେ ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏହାଦ୍ୱାରା ମେଜର, ତାଙ୍କ ବାନ୍ଧବୀ ଅବା ପୁଲିସ କିଏ ସତ କହୁଛି ତାହା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ