Tuesday, October 22, 2024
29.1 C
Odisha

    ପାଷ୍ଟିକ ବ୍ୟାଗରୁ ଚାରିମାସର ଶିଶୁକୁ ଉଦ୍ଧାର କଲେ ହେଲପର

    ଆଗକୁ ପଢନ୍ତୁ

    କେନ୍ଦୁଝର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବସଷ୍ଟାଣ୍ଡରେ ପଡିଥିବା ଏକ ପାଷ୍ଟିକ ବ୍ୟାଗରୁ ଚାରିମାସର ଶିଶୁକୁ ଉଦ୍ଧାର କଲେ ବସ୍ ହେଲପର । ଚମ୍ପୁଆରର ଥିବା ବସଷ୍ଟାଣ୍ଡରେ ଗାଡିପଛ ପଟେ ଥିବା ପଡିଥିବା ଏକ ପାଷ୍ଟିକ ବ୍ୟାଗ ମଧ୍ୟରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ସୂଚନା ଅନୁସାରେ ଚମ୍ପୁଆ ବସଷ୍ଟାଣ୍ଡରେ ରାତ୍ର ରହଣି କରିଆସୁଥିବା ଧବଳେଶ୍ଵର ନାମକ ବସ ସନ୍ଧ୍ୟା ୫.୪୫ଘଟିକାରେ ପହଞ୍ଚିବାପରେ ଗାଡିର ହେଲପର ଗୁଡ଼ୁ ମହାରଣା ଗାଡିକୁ ଧୂଆପୋଛା କରିବାପରେ ରାତି ନଅ ଘଟିକାରେ ପାଖ ହୋଟେଲକୁ ଖାଇବାକୁ ଯାଇଥିଲେ । ହେଲପର ମହାରଣା ଖାଇସାରି ଫେରିଲା ପରେ ଗାଡି ନିକଟରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ବସ ପଛପାଖରେ ପଡିଥିବା ଏକ ବ୍ୟାଗରୁ କଅଁଳ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ହଠାତ ବ୍ୟାଗ ଉଠାଇ ଦେଖିବାରୁ ତା ଭିତରେ ଏକ ଶିଶୁକନ୍ୟା ଥିବା ଜାଣିବାକୁ ପାଇ ନିକଟରେ ଥିବା ଲୋକମାନଙ୍କୁ ଡାକିଥିଲେ । ଡାକ ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗରେ ଶିଶୁକନ୍ୟାକୁ ଦେଖି ତୁରନ୍ତ ଚମ୍ପୁଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ୟାଗରୁ ଶିଶୁକନ୍ୟାକୁ ଉଦ୍ଧାର କରି ଚମ୍ପୁଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଶିଶୁରୋଗ ବିଶେଷଜ୍ଞ ଦ୍ଵାରା ଶିଶୁର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏନ.ଆର.ସି.ରେ ଶିଶୁକୁ ରଖାଯାଇଥିବା ଜଣାଯାଇଛି । ତେବେ କିଏ, କେଉଁ ପରିସ୍ଥିତିରେ ଏବଂ କାହିଁକି ଶିଶୁଟିକୁ ଗାଡ଼ି ପଛରେ ରଖି ପଳାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ