Wednesday, September 16, 2026
25 C
Odisha

    ବେପାରକୁ ନେଇ ଫାଙ୍କା ଗୁଳିଚାଳନା: ବିଧାୟକ ପ୍ରତିନିଧିଙ୍କୁ ଆକ୍ରମଣ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼/ଲେଫ୍ରିପଡ଼ା:  ଭଷ୍ମା ଥାନା ଦର୍ଲିପାଲି ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପ (ପାୱାର ପ୍ଲାଣ୍ଟ) ନିକଟରେ ଫୁଟିଛି ଗୁଳି। କାରଖାନାର ବର୍ଜ୍ୟ ପାଉଁଶ ବେପାରକୁ ନେଇ ଦୁଇ ଠିକାଦାରଙ୍କ ମଧ୍ୟରେ ସଂଘର୍ଷ, ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା।  ପାଉଁଶ ବେପାରରେ ଜଡ଼ିତ ସଂଜୟ ପାଣ୍ଡେ ଓ ଜଣେ  ସହକର୍ମୀଙ୍କୁ ଅନ୍ୟ ଜଣେ ପାଉଁଶ ବେପାରୀଙ୍କ ସମେତ କିଛି ଗୁଣ୍ଡା ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଅଫିସରେ ପଶି  ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ଗୁରୁତର ସଂଜୟଙ୍କୁ ପ୍ରଥମେ ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ସଂଜୟ ସୁନ୍ଦରଗଡ଼ ବିଧାୟକଙ୍କ ପ୍ରତିନିଧି ଥିବା ଜଣାପଡ଼ିଛି।

    ତେବେ ଦୁଇ ଦିନ ତଳେ ତିଲେଇମାଲ ଗ୍ରାମର ପାଉଁଶ ବୋଝେଇ ଠିକାଦାର ସୂରଜ ପଟେଲଙ୍କୁ ଏକ ଗୋଷ୍ଠୀ ଧମକଚମକ ଦେବା ସହ ମାଡ଼ପିଟ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ପ୍ରତିକ୍ରିୟାଶୀଳ ସୂରଜ ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ପାଣ୍ଡେଙ୍କ ହାତ ରହିଥିବା ଦର୍ଶାଇ ଗୁରୁବାର ବ୍ରଜରାଜନଗର ଅଞ୍ଚଳର କିଛି ଗୁଣ୍ଡାଙ୍କୁ  ଆଣି ଏନଟିପିସି ଯାଦୁଗର ଛକରେ ସଞ୍ଜୟ ପାଣ୍ଡେଙ୍କ ଅଫିସ ଉପରେ ଅତର୍କିତ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହା ସହ ସଞ୍ଜୟଙ୍କୁ ନିସ୍ତୁକ ମାଡ଼ପିଟ କରି ଫାଙ୍କା ଗୁଳି ଚାଳନା କରି ଚାଲି ଯାଇଥିଲେ।

    ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଲାଇବା ସହ  ଘଟଣା ସ୍ଥଳରୁ ଗୋଟେ  ଖୋକା ଜବତ କରିଛି।   ଘଟଣା ପରେ  ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ସଦର ଉପଖଣ୍ଡ ପୁଲିସ ଅଧିକାରୀ  ହିମାଂଶୁ ଭୁଷଣ ବେହେରାଙ୍କ ନେତୃତ୍ବରେ ପୁଲିସ ତଦନ୍ତ ଚଲାଇଛି। ଘଟଣାକୁ ନେଇ  ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    88 %
    1.3kmh
    40 %
    Wed
    25 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ