Sunday, October 11, 2026
25 C
Odisha

    ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୨ ଗୁରୁତର

    ଆଗକୁ ପଢନ୍ତୁ

    ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମରେ ଗଣେଶ ପୂଜା ବିସର୍ଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷର ଦୁଇ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି।

    ଗଣେଶ ମୂର୍ତ୍ତି ବିସର୍ଜନ ପରେ ଡଙ୍ଗରିଗୁଡ଼ା ଗ୍ରାମ ଅଶାନ୍ତ ହୋଇ ପଡ଼ିଛି। ଏ ନେଇ ଦୁଇ ଗୋଷ୍ଠୀ ଡାବୁଗାଁ ଥାନାରେ ପୃଥକ୍ ପୃଥକ୍ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
    ସୂଚନା ଅନୁଯାଇ ଡାବୁଗାଁ ଥାନା ବିଜାପୁର ଡଙ୍ଗରିଗୁଡ଼ାରେ ଗତ ୧୨ ତାରିଖ (ଗୁରୁବାର) ଅପରାହ୍ନ ୪ଟାରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଭସାଣି ଉତ୍ସବ ଚାଲିଥିଲା। ଏହି ସମୟରେ ସାମାନ୍ୟ କଥାକୁ ନେଇ କିଛି ଯୁବକ ମଧ୍ୟରେ ମାରପିଟ ହୋଇଥିଲା। ଗ୍ରାମ ପରିକ୍ରମା କରିବା ସମୟରେ ପୂଜା କମିଟିର ଦୁଇ ଜଣ ଯୁବକଙ୍କ ମୋବାଇଲ ରାସ୍ତାରେ ଖସି ଯିବା ପରେ କିଛି ସମୟ ପାଇଁ ମୋବାଇଲ ଖୋଜିବାକୁ ନାଚ ଗୀତ ଓ ବାଜା ବନ୍ଦ କରି ଦେଇଥିଲେ। ଠିକ୍ ଏହି ସମୟରେ ଡଙ୍ଗରିଗୁଡ଼ାର ଧନ ସିଂ ପୂଜାରୀ ନାମକ ଯୁବକ କାହିଁକି ବାଜା ବନ୍ଦ କଲ ଏବଂ ଗଣେଶ ମୂର୍ତ୍ତିକୁ ଅନ୍ୟ ଏକ ସାହିକୁ ପରିକ୍ରମା କର ବୋଲି ଅଯଥା ଯୁକ୍ତି କରିଥିଲେ।

    ଏହି କଥାକୁ ନେଇ ଗଣେଶ ପୂଜା କମିଟି ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗଣେଶ ମୂର୍ତ୍ତି ବିସର୍ଜନ ପରେ ରାତ୍ର ୯ ଘଣ୍ଟ ସମୟରେ ପୁଣି ଗୋଟିଏ ଗୋଷ୍ଠୀ ଗଣେଶ ପୂଜା କମିଟିର ଯୁବକମାନଙ୍କୁ ମାଡ ମାରିବାକୁ ଆସିଥିବା ସମୟରେ ଶୁକ୍ରବାର ସକାଳେ ବୈଠକ କରାଯାଇ ଶାନ୍ତି ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ଶୁକ୍ରବାର ସକାଳ ୮ଟାରେ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶାନ୍ତି ଆଲୋଚନା ପାଇଁ ଉଭୟ ଗୋଷ୍ଠୀର ଶତାଧିକ ଲୋକ ଏକତ୍ରିତ ହୋଇଥିବା ବେଳେ ଶାନ୍ତି ଆଲୋଚନା ଚାଲିଥିବା ସମୟରେ କୌଣସି କାରଣରୁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

    ଖବର ପାଇ ଶାନ୍ତି ଆଲୋଚନା ସ୍ଥଳରେ ଡାବୁଗାଁ ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀକୁ ଅଲଗା କରିଥିଲେ ସୁଦ୍ଧା ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ଗୋଷ୍ଠୀ ପକ୍ଷରୁ ପୃଥକ୍ ପୃଥକ୍ ଦୁଇଟି ଏତଲା ଦିଆଯାଇଥିଲା। ପୁଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ଏସ ଆଇ ଚନ୍ଦନ ସାହୁ ଘଟଣାର ତଦନ୍ତ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ