Thursday, September 17, 2026
24.1 C
Odisha

    ଚାଷ ଜମିରେ ମାଡ଼ିଗଲା ଲାଲ କାଦୁଅ ପାଣି

    ଆଗକୁ ପଢନ୍ତୁ

    ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତପଡ଼ାଠାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ବସନ୍ତପଡ଼ା ସମେତ ବନ୍ଧଗୁଡ଼ା, ଟୁରିଗୁଡ଼ାର ହେକ୍ଟର ହେକ୍ଟର ଚାଷ ଜମିରେ ଲାଲ କାଦୁଅ ପାଣି ମାଡ଼ି ଯାଇଛି।

    ଲାଲ ମାଟି ପାଣି ମାଡି ଯିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କମ୍ପାନୀ ଦ୍ୱାରା ନିର୍ମାଣ ହୋଇଥିବା ଏହି ପଣ୍ଡକୁ ଠିକ ଭାବରେ ରକ୍ଷଣାବେକ୍ଷଣ କରାଯାଇ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

    ଜମିରେ ଲାଲ ମାଟି ପାଣି ମାଡ଼ି ଯିବାରୁ ଲୋକମାନଙ୍କ ଚାଷ କ୍ଷତି ହେବାରୁ ଆଶଙ୍କା ରହିଛି। ଏଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। ତେବେ ଏନେଇ ବେଦାନ୍ତ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଶନିବାର-ରବିବାର ରାତି ପ୍ରାୟ ୩ଟା ସମୟରେ ରେଡ୍ ମଡ୍ ପଣ୍ଡଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ