Saturday, October 19, 2024
24.1 C
Odisha

    ହଳଦିଆ ଦାନ୍ତକୁ ନେଇ ଚିନ୍ତିତ କି ? ଘରୋଇ ଉପାୟରେ କରନ୍ତୁ ସଫା

    ଆଗକୁ ପଢନ୍ତୁ

    ଅଧିକାଂଶ ସମୟରେ ଯେଉଁମାନଙ୍କର ହଳଦିଆ ଦାନ୍ତ ଥାଏ ସେମାନେ ଖୋଲାଖୋଲି ହସି ପାରନ୍ତି ନାହିଁ । ମଇଳା ଏବଂ ହଳଦିଆ ଦାନ୍ତ କେବଳ ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରେ ନାହିଁ ବରଂ ଆପଣଙ୍କ ଦାନ୍ତକୁ ଦୁର୍ବଳ ମଧ୍ୟ କରିଥାଏ । କଫି, ଚା ଏବଂ ତମାଖୁରେ ଥିବା ଟ୍ୟାନିନ୍ ଯୋଗୁଁ ଦାନ୍ତର ଇନେମଲ ଉପରେ ଦାଗ ଜମା ହୋଇ ଏହା ହଳଦିଆ ହେବାକୁ ଆରମ୍ଭ କରେ । ଆହୁରି ମଧ୍ୟ ବ୍ରସ୍ ଏବଂ ପାଟିର ସ୍ୱଚ୍ଛତା ପ୍ରତି ସଠିକ୍ ଯତ୍ନ ନନେବା କାରଣରୁ ଦାନ୍ତ ହଳଦିଆ ହେବା ଆରମ୍ଭ କରେ । ତେଣୁ ଦାନ୍ତ ସଫା କରିବା ପାଇଁ ଡାକ୍ତରମାନେ ଦିନକୁ ଦୁଇଥର ବ୍ରସ୍ କରିବା ପାଇଁ ପରାମର୍ଶ ଦିଅନ୍ତି । ଦାନ୍ତ ହଳଦିଆ ହେତୁ ପାଟିରୁ ଗନ୍ଧ ବାହାରିବା ଆରମ୍ଭ କରେ । ଏପରି ପରିସ୍ଥିତିରୁ ବାହାରିବା ପାଇଁ କିଛି ଘରୋଇ ଟିପ୍ସ ଆପଣଙ୍କ ପାଇଁ ସହାୟକ ହୋଇପାରେ ।

    ବେକିଂ ସୋଡା: ଯଦି ଆପଣଙ୍କର ଦାନ୍ତ ହଳଦିଆ ହୋଇଥାଏ ତେବେ ଆପଣ ଏହାକୁ ଧଳା କରିବା ପାଇଁ ବେକିଂ ସୋଡା ବ୍ୟବହାର କରିପାରିବେ । ଗୋଟିଏ ଚାମଚ ବେକିଂ ସୋଡା ଏବଂ ଅଳ୍ପ ପରିମାଣର ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ପରେ ଧୀରେ ଧୀରେ ଏହାକୁ ଦାନ୍ତରେ ଘଷନ୍ତୁ । ଏହା ଆପଣଙ୍କ ଦାନ୍ତକୁ ଧଳା କରିବାରେ ସାହାଯ୍ୟ କରିବ । ନିୟମିତ ଟୁଥପେଷ୍ଟ ସହିତ ବେକିଂ ସୋଡା ମଧ୍ୟ ବ୍ୟବହାର କରିପାରିବେ ।

    ନଡିଆ ତେଲ: ହଳଦିଆ ଦାନ୍ତରୁ ମୁକ୍ତି ପାଇବା ପାଇଁ ନଡିଆ ତେଲରେ ପାଟି ଧୋଇ ଦିଅନ୍ତୁ । ଏହି ତେଲକୁ ଦାନ୍ତରେ ଲଗାନ୍ତୁ ଏବଂ ପରେ ଦାନ୍ତକୁ ହାତରେ ଭଲ ଭାବରେ ସଫା କରନ୍ତୁ । ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ହଳଦିଆ ଦାନ୍ତ ଧଳା ହୋଇଯିବ ।

    କମଳା ଚୋପା: କମଳା ଚୋପା ମଧ୍ୟ ହଳଦିଆ ଦାନ୍ତରୁ ମୁକ୍ତି ଦେବ । କମଳା ଚୋପାକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ସେହି ପାଉଡର ଦ୍ବାରା ଦାନ୍ତ ସଫା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ କ୍ଷୀର ପରି ଧଳା ହୋଇଯିବ ଏବଂ ପାଟିରୁ କୌଣସି ଖରାପ ଗନ୍ଧ ଆସିବ ନାହିଁ ।

    ପିଜୁଳି ଏବଂ ନିମ ପତ୍ର : ପିଜୁଳି ଏବଂ ନିମ ପତ୍ର ହଳଦିଆ ଦାନ୍ତକୁ ଧଳା କରିବାରେ ସାହାଯ୍ୟ କରେ ଏବଂ ପାଟିରୁ ମଇଳା ମଧ୍ୟ ବାହାର କରିଥାଏ । ସତେଜ ପିଜୁଳି ପତ୍ର ଚୋବାଇବା କିମ୍ବା ଫୁଟାଯାଇଥିବା ପିଜୁଳି ପତ୍ରରୁ ପ୍ରସ୍ତୁତ ମାଉଥ ୱାସରେ ଦାନ୍ତକୁ ସଫା କଲେ ଦାନ୍ତ ଧଳା ହୋଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1.6kmh
    99 %
    Sat
    24 °
    Sun
    28 °
    Mon
    30 °
    Tue
    29 °
    Wed
    29 °

    ସମ୍ବନ୍ଧିତ