Monday, March 2, 2026
31.1 C
Odisha

    ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, ଭୂମିହୀନ ଚାଷୀଙ୍କୁ ମିଳିବ ସାଢ଼େ ୧୨ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ। ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା।
    ସେ ଆହୁରି କହିଛନ୍ତି, ନୂଆ ଚାଷୀଙ୍କୁ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ବି ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରୁ ବାଦ୍ ହୋଇଥିଲେ ସେମାନଙ୍କୁ ସାମିଲ ଲାଗି ବ୍ୟବସ୍ଥା କରାଯାଇଛି। ବିଧାନସଭାରେ ବାଲେଶ୍ବର ସଦର ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ କେ.ଭି ସିଂ ଦେଓ ଏହି ଲିଖିତ ଉତ୍ତର ଦେଇଛନ୍ତି।
    ତେବେ ଏହାର ଶୁଭାରମ୍ଭ ତାରିଖର ଘୋଷଣା କରିନାହାନ୍ତି କୃଷି ମନ୍ତ୍ରୀ କେଭି ସିଂହଦେଓ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.1 ° C
    31.1 °
    31.1 °
    25 %
    2.3kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ