Saturday, October 3, 2026
30.8 C
Odisha

    କେନ୍ଦ୍ର ବଜେଟ୍‌-୨୦୨୪: ମୋଦୀ-ନିର୍ମଳାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର:‌ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦେବା ସହ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି। ପର୍ଯ୍ୟଟନ କ୍ଷେତ୍ର ସମେତ ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ଏବଂ ମନ୍ଦିରର ବିକାଶ ଆଦି ଓଡ଼ିଶାର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ, ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ପାଲଟିବ।

    ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ବିକଶିତ ଭାରତ ବଜେଟରେ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଉଛି। ମାନବ ସମ୍ବଳ, ଭିତ୍ତିଭୂମି ଓ ଆର୍ଥିକ ସୁଯୋଗର ବିକାଶ ଉପରେ ବ୍ୟାପକ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନ, ମନ୍ଦିର, ବେଳାଭୂମି ଓ କାରିଗରୀର ବିକାଶ ପାଇଁ ଓଡ଼ିଶାକୁ ସହାୟତା ପ୍ରଦାନ କରିବା ଦ୍ୱାରା ଓଡ଼ିଶା ଭଳି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟର ସମ୍ଭାବନା ସଠିକ୍ ଭାବରେ ଉପଯୋଗ ହୋଇପାରିବ। ଆଜିର ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁ କ୍ଷେତ୍ରରୁ ବିଶେଷ ଲାଭ ପାଇବ । ଆଗାମୀ ଦିନରେ ପୂର୍ବ ଭାରତ, ବିଶେଷ କରି ଓଡ଼ିଶା ସମୃଦ୍ଧିର କେନ୍ଦ୍ର ବିନ୍ଦୁ ହେବା ସହ ଆମ ଦେଶର ଆଗାମୀ ଆର୍ଥିକ ଅଭିବୃଦ୍ଧିର ପ୍ରମୁଖ ଚାବିକାଠି ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ