Sunday, September 13, 2026
27.6 C
Odisha

    ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଲେ ବିଧାୟକ

    ଆଗକୁ ପଢନ୍ତୁ

    ଭୁବେନେଶ୍ବର: ରାଜ୍ୟ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଙ୍ଗଳବାର ବିଜେଡି ବିଧାୟକମାନେ ଆକ୍ଟିଭମୋଡକୁ ଆସିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ, ଆଜି ସମାନ ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଛନ୍ତି।

    ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଗୃହରେ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀଦଳର ବିଧାୟକ। ଏହାକୁ ନେଇ ଗୃହ ଭିତରେ ହୋ ହାଲ୍ଲା ଦେଖିବାକୁ ମିଳିଥିଲା । ବିରୋଧୀଦଳ ବିଧାୟକମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ଏହି ହୋ ହାଲ୍ଲା ଭିତରେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତି ସୁରମା ପାଢ଼ୀଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ୍ ଟାଣି ଆଣିଥିଲେ। ମାଇକଟି ତଳେ ପଡିଯିବାରୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ