Sunday, October 4, 2026
28.6 C
Odisha

    ବନ୍ୟାଞ୍ଚଳ ଅନୁଧ୍ୟାନ ଓ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ୩ଟି ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ଉଦବେଗଜନକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତା ବ୍ଲକର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ନିରୀକ୍ଷଣ କରିଥିଲେ। ପରେ ବାଲେଶ୍ଵର ପାଛୋଡିଆ ସ୍ଥିତ ପଦ୍ମାବତୀ ପାର୍କ ପରିସରରେ ବାଲେଶ୍ଵର ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ।

    ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲ୍ଲାର ବନ୍ୟା ସ୍ଥିତି ଉପରେ ଟିପ୍ପଣୀ ରଖିଥିଲେ। ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ପ୍ରଭାବରେ ୩୫ ପଞ୍ଚାୟତ କ୍ଷତିଗ୍ରସ୍ତ ହେବା ସହ ୧୫ ପଞ୍ଚାୟତରୁ ୨ ହଜାର ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରାଯାଇଛି ବୋଲି କହିଥିଲେ। ପ୍ରଶାସନ ପକ୍ଷରୁ ଜଳ ଘେରରେ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୮ଫାୟାର ଟିମ, ୩ ଓଡ୍ରାଫ ସାଙ୍ଗକୁ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି ବୋଲି କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ବନ୍ୟାର ମୁକାବିଲା ଓ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱାରୋପ ଦେଇଥିଲେ।

    ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ,  ସରକାରୀ ଡାକରା ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଦାସ, ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଏସପି ସାଗରିକା ନାଥ, ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ବିଶ୍ବରଂଜନ ନାୟକ  ଉପସ୍ଥିତ ଥିଲେ।

    ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବିପଦ ସଂକେତ ଠାରୁ ଯଥେଷ୍ଟ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି। ଏହାର ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଅପରାହ୍ନ ୨ଟା  ସୁଦ୍ଧା ୧୧.୬୧ ମିଟରରେ ଜଳ ପ୍ରବାହିତ ହେଉଛି। ତେବେ ଉପରମୁଣ୍ଡରେ ବର୍ଷ ବନ୍ଦ ପାଇଁ ଆଉ ଅଧିକ ଜଳସ୍ତର ବୃଦ୍ଧି ପାଇବା ନାହିଁ ବୋଲି ଆଶା କରାଯାଉଛି। ତେବେ ବନ୍ୟା ପରିସ୍ଥିତି ମୁକାବିଲା  ପାଇଁ ସରକାର ପ୍ରସ୍ତୁତ ଥିବା ସହ ବନ୍ୟା ପରେ ଡାଇରିଆ ସମ୍ଭାବନା ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ