Monday, September 28, 2026
27.5 C
Odisha

    ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

    ଆଗକୁ ପଢନ୍ତୁ

    କଟକ: କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଅଙ୍କିତାଙ୍କୁ ମାଡ଼ ମରାଯିବା ଘଟଣାର ହାଇକୋର୍ଟ ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ନିର୍ଦ୍ଦେଶ କରିଥିଲେ। ଆଜି ଏହି ଶୁଣାଣି ଶେଷ କରିବା ସହିତ ଅଙ୍କିତା ପ୍ରଧାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

    ରାଜଧାନୀ ଭରତପୁର ଥାନାରେ ସେନାବାହିନୀର ମେଜର୍‌ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାର ହାଇକୋର୍ଟ ତ୍ବରିତ ଶୁଣାଣି କରିଛନ୍ତି। ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଡାକ୍ତରୀ ପରୀକ୍ଷା ରିପୋର୍ଟରୁ ଅଙ୍କିତାଙ୍କୁ ମାର୍‌ପିଟ କରାଯାଇଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଅଙ୍କିତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ମାମଲାର ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ୍‌ ବ୍ୟବସ୍ଥାରେ ହାଜର ହୋଇଥିଲେ। ଶୁଣାଣି ସମୟରେ ଅଙ୍କିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ୍‌ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ