Thursday, December 12, 2024
26.1 C
Odisha

    ଏମ୍ସ ଭୁବନେଶ୍ଵରରେ ଆଶ୍ଚର୍ଯ୍ୟଜନକ ସଫଳତା, ମୃତ ବ୍ୟକ୍ତିଙ୍କୁ ଜୀବିତ କଲା ଏମ୍ସ ଭୁବନେଶ୍ୱର

    ଆଗକୁ ପଢନ୍ତୁ

    ଏମ୍ସ ଭୁବନେଶ୍ଵରର ଆଶ୍ଚର୍ଯ୍ୟଜନକ ସଫଳତା । ମୃତ ବ୍ୟକ୍ତିଙ୍କୁ ଜୀବିତ କଲା ଏମ୍ସ ଭୁବନେଶ୍ୱର । କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଏପରି ଏକ ଚମତ୍କାର କରି ଦେଖାଇଛି ଏମ୍ସ ଭୁବନେଶ୍ୱର । ପ୍ରାୟ ୧୨୦ ମିନିଟ ଅର୍ଥାତ୍ ଦୁଇ ଘଣ୍ଟା ଧରି ହୃଦସ୍ପନ୍ଦନ ବନ୍ଦ ହେବାପରେ ବ୍ୟକ୍ତିଙ୍କୁ ପୁନଃ ଜୀବିତ କରିଛି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସ୍ । ଯାହାକି ସାରା ଦେଶରେ ଏକ ବିରଳ ଘଟଣା ବୋଲି ଜଣାପଡିଛି । ନୂତନ ଜ୍ଞାନ କୌଶଳର ବ୍ୟବହାର କରି ଏହି ଅସାଧ୍ୟାକୁ ସଫକ କରି ଦେଖାଇଛି ଏମ୍ସ ଭୁବନେଶ୍ୱର ।

    ସୂଚନା ମୁତାବକ, ଅକ୍ଟବର ୧ ତାରିଖରେ ୨୪ ବର୍ଷୀୟ ଶୁଭକାନ୍ତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା ।  ଏହାପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ରଣପୁର ମେଡିକାଲକୁ ନେଇଥିଲେ ।  ସେଠାରୁ ତାଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ଏମ୍ସରେ ଭର୍ତ୍ତି ହେବାର ୨ ଘଣ୍ଟା ମଧ୍ୟରେ ତାଙ୍କର ହାର୍ଟ ଧୀରେ ଧୀରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ଦୀର୍ଘ ୪୦ ମିନିଟ ପର୍ଯ୍ୟନ୍ତ ସିପିଆର ଦିଆଗଲା ହେଲେ ସେଥିରେ କିଛି ସଫଳତା ମିଳିଲାନାହିଁ । ଶେଷରେ ତାଙ୍କୁ ଇକମୋ ମେସିନ ଦ୍ବାରା ଇ-ସିପିଆର୍ ପ୍ରଦାନ କରାଗଲା । ଯାହାଫଳରେ ତାଙ୍କର ହାର୍ଟ ପୁଣି କାର୍ଯ୍ୟ କରିବା ଆରମ୍ଭ କରିଥିଲା । ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା ।

    ଶୁଭକାନ୍ତ ସାହୁଙ୍କ ଛାତ୍ରିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲ ଆଉ ତାପରେ ସକାଳ ୫ ଟାରେ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ଆଡ଼ମିଶନ ହେବାର ୨ ଘଣ୍ଟା ମଧ୍ୟରେ ହାର୍ଟ କର୍ଯ୍ୟକରିବା ବନ୍ଦ କରିଥିଲା । ତାଙ୍କର କାର୍ଡିଆକ ଆରେଷ୍ଟ ହୋଇଥିବା ଜଣାପଡ଼ିଲା । ସାଧାରଣତଃ ୨୦ ରୁ ୨୫ ମିନିଟ ଯଦି କାହାର କର୍ଡିଆକ ଆରେଷ୍ଟ ହୁଏ ତେବେ ତାଙ୍କୁ ମୃତ ଘୋଷଣା କରିଥାନ୍ତି ଡାକ୍ତର  । ହେଲେ ତାଙ୍କ ପାଖରେ ଏକମୋ ବା Extracorporeal Membrane Oxygenation ମେସିନର ବ୍ୟବହାର କରାଯାଇଥିଲା ।

    ଏହି ମେସିନ ହାର୍ଟର କାମ ପ୍ରତୀକାତ୍ମକ କାମ କରୁଥିଲା । ସିପିଆର ସହ ଏକ୍ମୋ ମେଶିନର ବ୍ୟବହାର କରି ଶୁଭକାନ୍ତଙ୍କୁ ଇ-ସିପିଆର୍ ପ୍ରଦାନ କରାଗଲା । ଯେଉଁଥିରେ ୨୦ ଜଣ ଡାକ୍ତର ନିୟୋଜିତ ଥିଲେ । ଏହାର ପ୍ରାୟ ୧୨୦ ମିନିଟ ପରେ ହାର୍ଟ ଧୀରେ ଧୀରେ କାମ କରିବା ଆରମ୍ଭ କଲା । ୩୬ ଘଣ୍ଟା ପରେ ହାର୍ଟ ସାଧାରଣ ଭାବେ ବିଟ କରିବା ଆରମ୍ଭ କଲା ତାଙ୍କୁ ସମ୍ପୂର୍ଣ୍ଣ ଭଲ ହେବାକୁ ପ୍ରାୟ ୪ ଘଣ୍ଟା ଲାଗିଲା । ଯେଉଁ ଦୁଇ ଘଣ୍ଟା ତାଙ୍କର ହାର୍ଟ କାର୍ଯ୍ୟ କରିବା ବନ୍ଦ କରିଥିଲା ସେତିକି ସମୟ ମଧ୍ୟରେ ଶରୀରର ବିଭିନ୍ନ ଅଙ୍ଗ ଯଥା ଲଂସ, କିଡନୀ, ଲିଭର ଆଦିରେ ସଂକ୍ରମଣ ବ୍ୟାପିଥିଲା । ଏହାକୁ ଠିକ୍ କରିବା ପାଇଁ ପ୍ରାୟ ୩୦ ଦିନ ଲାଗିଲା ବୋଲି ଏମ୍ସ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.1 ° C
    26.1 °
    26.1 °
    30 %
    2.2kmh
    100 %
    Thu
    26 °
    Fri
    27 °
    Sat
    26 °
    Sun
    26 °
    Mon
    26 °

    ସମ୍ବନ୍ଧିତ