Monday, August 24, 2026
28.7 C
Odisha

    ବିଜୟୀ ପ୍ରାର୍ଥୀ ନିଜ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କ ସହ ରହି କାମ କରନ୍ତୁ: ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶେଷ ହୋଇଛି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ଅପରାହ୍ନରେ ନବୀନ ନୀବାସ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକ। ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସବୁ ନବ ନିର୍ବାଚିତ ବିଧାୟକଙ୍କ ସହ ନବୀନ ୱାନ ଟୁ ୱାନ ଆଲୋଚନା କରିଥିବା ଜଣାପଡିଛି। ତେବେ ଜନମତକୁ ସମର୍ଥନ ଜଣାଇବା ସହ ନିଷ୍ଠାପର ସହ ପୂର୍ବ ଭଳି ନିଜନିଜ ଅଞ୍ଚଳବାସୀଙ୍କ ସହ ରାଜ୍ୟବାସୀଙ୍କ ସେବା କରିବା ପାଇଁ ଦଳର ସବୁ ନିର୍ବାଚିତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ। ନବୀନ ନିବାସରେ ଆୟୋଜିତ ବୈଠକରେ ଗଣେଶ୍ୱର ବେହେରା, ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    81 %
    2.6kmh
    100 %
    Mon
    28 °
    Tue
    28 °
    Wed
    29 °
    Thu
    25 °
    Fri
    26 °

    ସମ୍ବନ୍ଧିତ