Monday, October 12, 2026
24.4 C
Odisha

    ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ଓ ଦକ୍ଷ ନେତୃତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି: ସାଂସଦ ମାନସ ମଙ୍ଗରାଜ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅପରାଜେୟ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କେବଳ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ପାଇଛନ୍ତି ହେଲେ ବାସ୍ତବରେ ତାଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଆଜି ବି ଅପରାଜେୟ । ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସବୁବେଳେ ରହିଥିବେ। ସୋସିଆଲ ମିଡିଆ ଏକ୍ସରେ ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ପରିବାର ଭାବି ନିଜ ଜୀବନର ୨୪ ବର୍ଷ ସମଗ୍ର ରାଜ୍ୟ ପାଇଁ ଉତ୍ସର୍ଗ କରିଦେଇଛନ୍ତି ନବୀନ।

    ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଛନ୍ତି। ଏପରିକି ଓଡ଼ିଆ ଭାଷାକୁ ଉଜ୍ଜୀବିତ କରି ରଖିବା ପାଇଁ ସେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ତାଙ୍କ ପାଇଁ ହିଁ ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା । ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମନ୍ଦିର ପୁନଃନରୁଦ୍ଧାର କରିଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଆଜି ବିଶ୍ବ ଦେଖିଲା ବିଶ୍ବନିୟନ୍ତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତାରାତାରିଣୀ, ସମଲେଶ୍ବରୀ ଓ ଅନେକ ମନ୍ଦିରକୁ ମିଳିଛି ଭବ୍ୟ ରୂପ। ସର୍ବୋପରି ଜନସେବା ହିଁ ତାଙ୍କ ଜୀବନର ଲକ୍ଷ୍ୟ । ସେ ଚାଷୀଙ୍କ ମୁହଁରେ ହସ ଫୁଟାଇବାଠୁ ନେଇ ଜନଜାତିଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛନ୍ତି । ବିଶ୍ଵର ସବୁଠୁ ଭଲ ସ୍ବାସ୍ଥ୍ୟ କଲ୍ୟାଣ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନେକ ଲୋକ ଉପକୃତ ହୋଇଛନ୍ତି । ଲକ୍ଷ ଲକ୍ଷ ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିଛନ୍ତି । ତାଙ୍କ ପାଇଁ ଆଜି ନାରୀଶକ୍ତି ସାରା ଦେଶରେ ଉଦାହରଣ ସାଜିଛି ।
    ସେ ରାଜନୀତି ନୁହେଁ ରାଜ୍ୟନୀତି କରନ୍ତି । ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ଓ ଦକ୍ଷ ନେତୃତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଉତ୍ତମ ବିପର୍ଯ୍ୟୟ ପରିଚାଳନା ପାଇଁ ସେ ସାରା ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି । ଜନମାନସରେ ପରିଚିତ ଜନନାୟକଙ୍କ ଅନୁପସ୍ଥିତିକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଓଡ଼ିଶାବାସୀ । ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ହେଲେ ତାଙ୍କର ସେବା ମନୋଭାବ ଏବଂ ଓଡ଼ିଶାର ଉନ୍ନତି ପାଇଁ ଅନବରତ କାମ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ଓଡ଼ିଶା ଏବଂ ଓଡ଼ିଆଙ୍କ ପାଇଁ ତାଙ୍କର କର୍ତ୍ତବ୍ୟକୁ ଲୋକେ ଚିରଦିନ ପାଇଁ ମନେ ରଖିବେ ବୋଲି ମାନସ ମଙ୍ଗରାଜ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ