Saturday, March 21, 2026
19.7 C
Odisha

    ଆମ ଭୂମି’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଶଙ୍କରପୁରଠାରେ ଆନନ୍ଦ ବନ ଉଦଘାଟନ କରିବା ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ଆମ ଭୂମି’ ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ। ଆମ ଭୂମି ହେଉଛି Assuring Mass Access through Bhubaneswar Open Space Ownership and Management। ରାଜଧାନୀର କଲ୍ୟାଣ, ସ୍ଥାୟୀତା ଏବଂ ଏକ ସୁଦୃଢ଼ ସହରାଞ୍ଚଳ ପରିବେଶକୁ ପ୍ରୋତ୍ସାହିତ କରୁଥିବା ଖୋଲା ସ୍ଥାନ ସୃଷ୍ଟି ଏବଂ ରକ୍ଷଣାବେକ୍ଷଣ। ଯାହା ଏକ ଶୀତଳ ଏବଂ ଅଧିକ ଜଳବାୟୁ ସହନଶୀଳ ସହରୀ ପରିବେଶକୁ ପ୍ରୋତ୍ସାହିତ କରେ । ଏହା ଭୁବନେଶ୍ୱର ପାଇଁ ଏକ ପରିବର୍ତନଶୀଳ ଯୁଗ, କଲ୍ୟାଣ, ସ୍ଥାୟୀତା ଏବଂ ଏକ ସୁଦୃଢ଼ ସହରାଞ୍ଚଳକୁ ପ୍ରୋତ୍ସାହିତ କରୁଛି।

    ରାଜଧାନୀରେ ଖୋଲା ସ୍ଥାନର ବଢ଼ୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ପାର୍କ, ଖେଳପଡିଆ, ବହୁମୁଖୀ ଖେଳପଡିଆ, ଜଳାଶୟ ଏବଂ ଗ୍ରୀନ୍ ୱେ (ସର୍ବସାଧାରଣ ରାସ୍ତା କଡ଼ରେ ଖୋଲା ସ୍ଥାନ ଓ କରିଡର) ଭଳି ପାଞ୍ଚଟି ସ୍ବତନ୍ତ୍ର ସମ୍ପତ୍ତି ଚିହ୍ନଟ କରାଯିବ। ଏହି ନୀତି ଅଧୀନରେ ଉନ୍ନୟନ ମଡେଲ ମାଧ୍ୟମରେ ଜମିକୁ ଖୋଲା ସ୍ଥାନ ଭାବରେ ବିକଶିତ କରାଯିବ, ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରତିଷ୍ଠା କରାଯିବ ଏବଂ ଖୋଲା ସ୍ଥାନ ବ୍ୟବସ୍ଥା ପାଇଁ ବର୍ତ୍ତମାନର ବ୍ୟବସ୍ଥାରେ ଆହ୍ୱାନର ମୁକାବିଲା ପାଇଁ ଏକ ସଂସ୍ଥାଗତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏହି ପଦକ୍ଷେପ କେବଳ ବର୍ତ୍ତମାନର ଖୋଲା ସ୍ଥାନ ଏବଂ ଆବଶ୍ୟକ ମାନକ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରେ ନାହିଁ ବରଂ ସହରରେ ପାର୍କ ଏବଂ ଖୋଲା ସ୍ଥାନ ଆୟୋଜନ ଦିଗରେ ଏକ ବ୍ୟାପକ ଏବଂ ଶୃଙ୍ଖଳିତ ଆଭିମୁଖ୍ୟର ରୂପରେଖ ମଧ୍ୟ ଦେଇଥାଏ । ବିଡିଏ ପକ୍ଷରୁ ସହରସ୍ତରରେ ‘ଆମ ଭୂମି’ କୁ ସର୍ବୋଚ୍ଚ ପ୍ରାଥମିକତା ମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ଏହି ପଦକ୍ଷେପର ସଫଳ ରୂପାୟନ ପାଇଁ ବିଡିଏ ଏହାର ଆଭିମୁଖ୍ୟକୁ ଦୁଇଟି ପ୍ରମୁଖ ଉପାଦାନରେ ବିଭକ୍ତ କରିଛି: “ହାର୍ଡୱେର” ଏବଂ “ସଫ୍ଟୱେୟାର”।

    ସାଧାରଣ ପ୍ରଶାସନ (ଜିଏ) ବିଭାଗ ସହାୟତାରେ ଜାତୀୟ ଓ ଅନ୍ତର୍ଜାତୀୟ ବେଞ୍ଚମାର୍କ ଅନୁଯାୟୀ ଜମି ନିର୍ଦ୍ଧାରଣ କରିବା ଏହି ‘ହାର୍ଡୱେର’ ଉପାଦାନ ମଧ୍ୟରେ ରହିଛି। ଏହାବ୍ୟତୀତ ବିଭିନ୍ନ ସରକାରୀ ବିଭାଗ ସହାୟତାରେ ଆର୍ଥିକ ସମ୍ବଳର ପରିଚାଳନା କରାଯିବ ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହାୟତାରେ ସମ୍ପତ୍ତିର ବିକାଶ କରାଯିବ। ଅପରପକ୍ଷରେ ବିଡିଏରେ ଆମ ଭୂମି ଡିଭିଜନ ପ୍ରତିଷ୍ଠା କୁ ‘ସଫ୍ଟଓୟାର’ ଉପାଦାନ ଅନ୍ତର୍ଭୁକ୍ତ କରି ଏହି ପଦକ୍ଷେପର ସାମଗ୍ରିକ ପରିଚାଳନାର ମୂଳଦୁଆ ପାଲଟିଛି। ଉଭୟ ପ୍ରଶାସନିକ କାର୍ଯ୍ୟ ଏବଂ ସାର୍ବଜନୀନ ସୂଚନା ପ୍ରସାରଣ ପାଇଁ ଉପଭୋକ୍ତା-ଅନୁକୂଳ ଇଣ୍ଟରଫେସ୍ ଥିବା ଆମ ଭୂମି ପୋର୍ଟାଲ୍ ବିକଶିତ କରାଯାଇଛି। ସିଏଫ୍ଏମ୍ଏସ୍ ଭିତ୍ତିଭୂମିର ନିରବଚ୍ଛିନ୍ନ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବ।। ସିଟି ଆକ୍ଟିଭେସନ୍ କାର୍ଯ୍ୟକ୍ରମବ୍ୟାପକ ଭାବରେ ପରିଚାଳିତ ହେବ, ଯାହା ନାଗରିକମାନଙ୍କ ମଧ୍ୟରେ ଅଂଶଗ୍ରହଣର ଭାବନାକୁ ପ୍ରୋତ୍ସାହିତ କରିବ ବୋଲି ବିଡିଏ ଉପାଧ୍ୟକ୍ଷ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ